ପୂର୍ବତନ ବିଧାୟକଙ୍କ ଚେତାବନୀ: ମାସେ ମଧ୍ୟରେ ପୁରୁଣା ରାଞ୍ଚିରୋଡ୍‍ ମରାମତି ନ ହେଲେ ଆନ୍ଦୋଳନ ହେବ 

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ରେ ଥିବା ସିନ୍ଦୁରପଙ୍କ ଛକ ରୁ ପରମାଣପୁର, କୁସୁମଡିହି, ଝାଙ୍କରପାଲି,ଜୁ ନାଡିହି, ସମାସିଂହା ବାମରା ଅଞ୍ଚଳ ଦେଇ ସୁନ୍ଦରଗଡ ଜିଲାର ବଡଗାଁ ଦେଇ ଝାଡଖଣ୍ଡ ପ୍ରଦେଶ ର ରାଜଧାନୀ ରାଞ୍ଚିକୁ ସଂଯୋଗ କରୁଥିବା ପୁରୁଣାରାଞ୍ଚି ରୋଡ୍‍ର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି। ଆସନ୍ତା ଏକ ମାସ ମଧ୍ୟରେ ଏହି ରସ୍ତାର ମରାମତି କରା ନଗ ଲେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ବିଧାୟକ ରମେଶ ପଟୁଆ ଚେତାବନୀ ଦେଇଛନ୍ତି।

ପୁର୍ତ୍ତ ବିଭାଗ ସମ୍ବଲପୁର ଡିଭିଜନ୍‍ ଅଧିନରେ ପରମାଣପୁରରୁ ସୋଢାମାଲ୍‍ ଭେଡେନନଦୀ ପୋଳ ପର୍ଯ୍ୟନ୍ତ ରାସ୍ତା ଅସଂଖ୍ୟ ଖାଳ ଖମାରେ ପରିପୂର୍ଣ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟ ସାଧ୍ୟ ହୋଇ ପଡ଼ିଛି। ନିମ୍ନ ମାନର ମରାମତି କରାଯାଉଥିବାରୁ ରାସ୍ତା ଉପରେ ପୁଣି ଖାଳ ଖମା ସୃଷ୍ଟି ହୋଇ ଯାତ୍ରୀ ମାନଙ୍କ ପାଇଁ ଦୁର୍ଘଟଣାର କାରଣ ହେଉଛି। ସମ୍ବଲପୁର ଏବଂ ଝାରସୁଗୁଡା ଜିଲାର ଶତାଧିକ ଗ୍ରାମର ଲୋକେ ଯାତୟାତ ପାଇଁ ନିର୍ଭର କରୁଥିବା ଐତିହାସିକ କିର୍ତ୍ତି ବହନକାରୀ ପୁରୂଣାରାଞ୍ଚିି ରୋଡ୍‍ ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ସର୍ବପୁରାତନ ରାସ୍ତା ଅଟେ।ଇଂରେଜ ଶାସନ ସମୟରେ ବହୁତ ଗୁରୁତ୍ୱ ରଖିଥିବା ଏବଂ ସ୍ୱାଧିନତା ସଂଗ୍ରାମର ମୁକ ସାକ୍ଷୀ ହୋଇଥିବା ପୁରୁଣାରାଞ୍ଚି ରୋଡ୍‍ ରସେଲ୍‌ଫ ସେଟଲ୍‍ମେଣ୍ଟ୍‍ ରେ ସ୍ଥାନ ପାଇଥିଲା। ଏହି ରାସ୍ତ କୁ ଭାରତମାଳା ଯୋଜନାରେ ସାମିଲ କରିବାକୁ କରାଯିବାକୁ ହୋଇଥିବା ଘୋଷଣା କାଗଜ କଳମରେ ସୀମିତ ହୋଇ ରହିଯାଇଛି।

Comments are closed.