ହାତୀ ଆକ୍ରମଣରେ ୩ ଗୁରୁତର 

ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ଅନ୍ତର୍ଗତ ଭାଲିଆପଦା ପଞ୍ଚାୟତର ବାଉଁଶିପାଣିଆ ଗାଁରେ ହାତୀ ଉପଦ୍ରବ ଦେଖାଦେଇଥିବା ବୁଧବାର ଜଣାପଡ଼ିଛି। ଗାଁରେ ପଶି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ହାତୀ ଆକ୍ରମଣରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ବାପାମାଆ ଓ ୨ ବର୍ଷର ପୁଅ ରହିଛନ୍ତି। ସମସ୍ତ ଗୁରୁତରଙ୍କୁ ରେଢାଖୋଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.