ସମ୍ବଲପୁରରେ ୧୦ ଦିନିଆ ସଟ୍‌ଡାଉନ୍‌

ସମ୍ବଲପୁର : ଆସନ୍ତାକାଲିଠାରୁ ସମ୍ବଲପୁର ଜିଲାକୁ ସଟ୍‌ଡାଉନ୍‌ କରାଯାଇଛି । ଜିଲାରେ ଆସନ୍ତା ୧୦ ଦିନ ପାଇଁ ସଟ୍‌ଡାଉନ୍ ‌ନିୟମ ଲାଗୁ ହେବ । ୨ଟି ପର୍ଯ୍ୟାୟରେ ଜିଲାରେ ସଟ୍‌ଡାଉନ୍‌ ନିୟମ ଲାଗୁ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଆସନ୍ତା କାଲିଠାରୁ ଅର୍ଥାତ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲାରେ ସଟଡାଉନ ନିୟମ ଲାଗୁ କରାଯିବ ।

ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ଓ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟଡାଉନ ଲାଗୁ କରାଯିବ । ଏହି ସମୟରେ ଜିଲା ଭିତରେ ସରକାରୀ , ଘରୋଇ ପରିବହନକୁ ବାରଣ କରାଯାଇଛି । ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ହେବ । ହସ୍ପିଟାଲ , ଔଷଧ ଦୋକାନ , ପେଟ୍ରୋଲ ପମ୍ପ ଖୋଲା ରହିବ । କ୍ଷୀର ଦୋକାନ , ଖାଦ୍ୟ ପାର୍ସଲ ନେବାକୁ ରାସ୍ତାକଡ଼ ଢାବା ଖୋଲା ରହିବ ।

ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲାପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୮୩ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Comments are closed.