ସର୍ବଭାରତୀୟ ସବ ଜୁନିୟର କୁସ୍ତି ପ୍ରତିଯୋଗୀତାରେ ଭାଗ ନେବାକୁ ଥିବା କୁସ୍ତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ସମ୍ବଲପୁର ଜିଲାପାଳ

ସମ୍ବଲପୁର –   ଝାରଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ଠାରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ସବ ଜୁନିୟର କୁସ୍ତି ପ୍ରତିଯୋଗୀତାରେ ଓଡିଶା ଦଳ ଭାଗ ନେଉଛନ୍ତି । ଏଥିରେ ସମ୍ବଲପୁରର ଦୁଇ କୁସ୍ତି ଖେଳାଳି ତମନ୍ନା ଗୋପ ଓ ଖୁସି ସା ଅଂଶଗ୍ରହଣ କରିବେ । ଖେଳାଳି ମାନେ ଗୁରୁବାର ରାଞ୍ଚି ଅଭିମୁଖେ ଯାତ୍ରା କରିବା ପୂର୍ବରୁ ବୁଧବାର ଦିନ ସମୟରେ ସମ୍ବଲପୁର ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଖେଳାଳି ମାନଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହିତ ସଫଳତା ପାଇଁ ପ୍ରେରିତ କରି ଶୁଭେଚ୍ଛା ଜଣାଇଛନ୍ତି ।

ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା କୁସ୍ତି ସଂଘର ସଦସ୍ୟ ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ସୁବାଷ ଚନ୍ଦ୍ର ବେହେରା, ସୋନୁ ପ୍ରସାଦ ସୁନାର, ଶାନ୍ତି ଗୋପ, ଗାୟତ୍ରୀ ମିଶ୍ର, ଆଦ୍ୟାଶା ତ୍ରିପାଠୀ, ରାନି ଭାଜି, ପୁଷ୍ପାଞ୍ଜଳି ସାହୁ, ପ୍ରିୟଙ୍କା ମିତ୍ତଲ, କୋମଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିଭଳି ଜିଲା କୁସ୍ତି ସଂଘର ସମ୍ପାଦକ ରବି ପଟ୍ଟନାୟକ, ରାଜ୍ୟ କୁସ୍ତି ସଂଘର ସମ୍ପାଦକ କିଶୋର ବେହେରା, ରାଜ୍ୟ ସଭାପତି ରାମ ପାଢ଼ୀ ଓ ଭାରତୀୟ କୁସ୍ତି କୋଚ ମନିଷା ସାମଲ ପ୍ରମୁଖ ମଧ୍ୟ ଖେଳାଳି ମାନଙ୍କ ସଫଳତା ପାଇଁ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.