ସମ୍ବଲପୁରୀ ଚଳଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ସ୍ତିର

ବୁର୍ଲା: ସମ୍ବଲପୁରୀ ଚଳଚିତ୍ର ଜଗତର ସୁଖ୍ୟାତିନାମା କଳାକାର ଜାତୀୟ ପୁରଷ୍କାର ପ୍ରାପ୍ତ ଅଭିନେତା ଡ ଅଟଲ ବିହାରୀ ପଣ୍ଡାଙ୍କ ଗତ ୧୬ ତାରିଖରେ ପତ୍ନୀ ଲଳିତାଙ୍କ ହୃଦଘାତରେ ବିୟୋଗ ପରେ ସେ ଭାଙ୍ଗିପଡ଼ି କାହାସହିତ କଥାବର୍ତ୍ତା ହେବା ବନ୍ଦ କରିବା ସହିତ ଖିଆପିଆ ଛାଡ଼ି ଦେଇଥିଲେ। ଡ଼ ଅଟଳ ପଣ୍ଡା ଯିଏକି ୯୨ ବର୍ଷର ପରିଣତ ବୟସରେ ମଧ୍ୟ ଜଣେ ଯୁବ କଳାକାରଙ୍କୁ ପଛରେ ପକାଇବାର କ୍ଷମତା ରଖିଥିଲେ ତାଙ୍କର ଏହି ସଫଳତା ପଛରେ ସେ ତାଙ୍କ ସହଧର୍ମୀଣିଙ୍କ ସହଯୋଗ ରହିଥିବା ବ୍ୟକ୍ତ କରି ଆସୁଥିଲେ। ତାଙ୍କ ସହଧର୍ମିଣୀଙ୍କ ଠାରୁ ସେ ସବୁଦିନ ପାଇଁ ବିଚ୍ଛେଦ ହେବା ତାଙ୍କୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିଲା। ତାଙ୍କର ରକ୍ତ ସ୍ତର ବା ହିମୋଗ୍ଲୋବିନ କମିଯିବା ସହିତ ତଥା ଶର୍କରା ମାତ୍ରା ମଧ୍ୟ ଅନେକ ଅଧିକ ହୋଇଯାଇଥିଲା। ତାଙ୍କୁ ମେଡ଼ିସିନ ବିଭାଗରେ ପ୍ରଫେସର ବୁଟୁକେଶ୍ୱର ପ୍ରଧାନଙ୍କ ୟୁନିଟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ବ୍ୟବସ୍ତା ତଦାରଖ କରୁଥିବା ମେଡ଼ିସିନ ବିଭାଗ ସହକାରୀ ପ୍ରଫେସର ଡଃ ବି କେ କୁଲୁଙ୍କୁ ଯୋଗାଯୋଗ କରାଯିବାରୁ ଶ୍ରୀ ପଣ୍ଡା ବର୍ତ୍ତମାନ ସୁଦ୍ଧା ଖାଦ୍ୟ ଗ୍ରହଣ କରି ନ ଥିବା ବେଳେ ଡ଼୍ରିପ ତାଙ୍କୁ ଦିଆଯାଉଛି। ଏହା ସହିତ ଶର୍କରା ସ୍ତର ମଧ୍ୟ ୧୫୦କୁ ଖସି ଆସିଥିବା ବ୍ୟକ୍ତ କରିବା ସହିତ ଆଜି ସାମାନ୍ୟ ବସିବା ସହିତ କିଛି କଥା ମଧ୍ୟ କହିଥିବା ବ୍ୟକ୍ତ କରିଛନ୍ତି।

ଏହି ବର୍ଷିଆନ କଳାକାରଙ୍କ ଆରୋଗ୍ୟ କାମନା ସମସ୍ତ ବର୍ଗ ସହିତ, ଚଳଚିତ୍ର ଜଗତ ସହିତ ତାଙ୍କର ଶୁଭଚିନ୍ତକ ମହଲରେ ତାଙ୍କର ଆରୋଗ୍ୟ କାମନା କରାଯାଉଛି। ତାଙ୍କୁ ଉକୃଷ୍ଟମାନର ଚିକିତ୍ସା ପ୍ରଦାନ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସସ୍କେନା ମଧ୍ୟ ଭିମସାର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ବିମର୍ଶ କରିଛନ୍ତି। ଆଜି ବୁର୍ଲା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ତାଙ୍କର ସ୍ୱାସ୍ଥ୍ୟାବସ୍ତା ଆସି ବୁଝିଥିବା ଏବଂ ତାଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ତା ସାମାନ୍ୟ ରହିଥିବା ଏବଂ ସେ ଚିକିତ୍ସାଧିନ ରହିଥିବା ଚିକିତ୍ସାରତ ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ ପାଇଛି।

Comments are closed.