ଶିଖ ସମୁଦାୟ ବସାଇଲା ହାତ ଧୁଆ ଷ୍ଟେସନ

ସମ୍ବଲପୁର: ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ବିରୋଧରେ ଦେଶରେ ଚାଲିଥିବା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ପ୍ରକାରର ସହାୟତା ସରକାର ଓ ପ୍ରଶାସନକୁ ଯୋଗାଇ ଦେଉଛନ୍ତି। ସଦାସର୍ବଦା ବିପଦ ସମୟରେ ଆଗେଇ ଆସୁଥିବା ଶିଖ ସମୁଦାୟ ପକ୍ଷରୁ ହାତ ଧୁଆ ଷ୍ଟେସନ ବଜାର ଅଞ୍ଚଳରେ ଲଗାଯାଇଛି। ଏ ସର୍ମ୍ପକରେ ଗୁରୁଦ୍ୱାରା ପ୍ରବନ୍ଧକ କମିଟୀ, ସମ୍ବଲପୁରର ପ୍ରଧାନ ନରେନ୍ଦ୍ର ଭୁର୍ଜୀ କହିଛନ୍ତି ଯେ, କରୋନାର ମୁକାବିଲା କରିବା ପାଇଁ ପ୍ରତି ୨୦ ମିନିଟରେ ଅତିକମରେ ୨୦ ସେକେଣ୍ଡ ପାଇଁ ହାତ ଭଲ ଭାବରେ ଧୋଇବା ଆବଶ୍ୟକ ଅଟେ। ଏଣୁ ଏହି ଘଡିସନ୍ଧି ମୁହୁର୍ତ୍ତରେ କ୍ଲବ ନିଜର ସାମାଜିକ ଦାୟିତ୍ୱକୁ ନିର୍ବାହ କରିବା ପାଇଁ ଗୋଲ ବଜାର ଓ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ପରିବା ବଜାର ଠାରେ ଗୋଟିଏ ଲେଖାଏଁ ହାତଧୁଆ ଷ୍ଟେସନ ଲଗାଯାଇଛି।

ଏହି ଷ୍ଟେସନରେ ହାତ ଧୁଆ ବେସିନ, ପାଣି ରଖିବା ପାଇଁ ଟାଙ୍କି, ଟ୍ୟାପ ଆଦି ସଂଯୋଗ କରାଯାଇଛି। ସମସ୍ତ ଷ୍ଟେସନ ଗୁଡିକରେ ସାବୁନ ମଧ୍ୟ ପ୍ରଦାନ କରାଯାଇଛି। ଏହି ଷ୍ଟେସନକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ତୁରନ୍ତ ଉପଯୋଗରେ ଲଗାଯାଇ ପାରିବ। ଆଗାମୀ ଦିନରେ ଆହୁରୀ ହାତ ଧୁଆ ଷ୍ଟେସନ ଲଗାଯିବାର ଯୋଜନା ରହିଛି। ଏହା ସହିତ ଗରିବ ମାନଙ୍କୁ ଖାଦ୍ୟ ଶସ୍ୟ ଭର୍ତ୍ତି ଥଳି ପ୍ରଦାନ କରାଯାଉଛି ବୋଲି ନରେନ୍ଦ୍ର କହିଛନ୍ତି। ଏହି ଅବସରରେ ଭଗତ ସିଂହ, ବବି ଭୂର୍ଜୀ, ମହେନ୍ଦ୍ର ସିଂ ସୈନ୍ଧୀ, ସୁନିନ୍ଦର ସିଂହ ଚଢ଼ା, ଗିତମ ସିଂହ ଙ୍କ ସମେତ କମିଟୀର ସଦସ୍ୟମାନେ ଉପସ୍ଥିତ ଥିଲେ।

Comments are closed.