ଦୁଇ କେଜି ଗଞ୍ଜେଇ ଜବତ: ୩ ଗିରଫ

ରେଢ଼ାଖୋଲ :ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ୨କେଜି ଗଞ୍ଜେଇ ଓ ବାଇକ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ବାୟୁଶୂଣି ଗ୍ରାମର ଶୁଶିଲ ଲୁହା , ନରୋତ୍ତମ ଲୁହା ଓ ସୁଦର୍ଶନ ଭୋଇ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବୌଦ୍ଧ ଅଞ୍ଚଳରୁ (ଓଡି. ୩୧.ସି. ୫୮୨୧)ନମ୍ବର ବିଶିଷ୍ଟ ଏକ ବାଇକରେ ଚୋରା ଗଞ୍ଜେଇ ନେଇ ରେଢ଼ାଖୋଲ ଆଡ଼କୁ ଆସୁଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ପୁଲିସ ଶୁଣ୍ଢିମୁଣ୍ଡା ଠାରେ ଉକ୍ତ ବାଇକସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ମଙ୍ଗଳବାର  ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି।

Comments are closed.