ଫ୍ରାନ୍ସ ପର୍ଯ୍ୟଟକଙ୍କ ସମ୍ବଲପୁର କଳା ପରିଷଦ ପରିଦର୍ଶନ

ସମ୍ବଲପୁର : ରବିବାର ଦିନ ଫ୍ରାନ୍ସ ଦେଶର ୧୦ ଜଣିଆ ପର୍ଯ୍ୟଟକ ଦଳ ସମ୍ବଲପୁର କଳା ପରିଷଦ ପରିଦର୍ଶନ କରିଛନ୍ତି। ସମ୍ବଲପୁରୀ କଳା ଓ ସଂସ୍କୃତି ପ୍ରତି ସ୍ୱତନ୍ତ୍ର ଋଚି ରଖିଥିବା ଏହି ପର୍ଯ୍ୟଟକ ଦଳ କଳା ପରିଷଦର ମ୍ୟୁନିସିପାଲିଟୀ ଛକ ସ୍ଥିତ କାର୍ଯ୍ୟାଳୟ ଠାରେ ଦୀର୍ଘ ସମୟ ଧରି ଉପସ୍ଥିତ ରହି ସମ୍ବଲପୁର କଳା, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ବିଷୟରେ ଅବଗତ ହେବା ସହିତ ତଥ୍ୟ ସଂଗ୍ରହ କରିଥିଲେ। ଏହି ଅବସରରେ ସୁର୍ଯ୍ୟ ପ୍ରକାଶ ଗୁରୁଙ୍କ ନିର୍ଦ୍ଦେଶନାରେ ପରିଷଦର କଳାକାର ମାନଙ୍କ ଦ୍ୱାରା ମନମୋହକ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଦେଶୀ ପର୍ଯ୍ୟଟକ ଦଳଙ୍କ ଆତିଥ୍ୟ ଓ ଆଲୋଚନାରେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ହୋତା, ସୁଶାନ୍ତ ମିଶ୍ର, ମନୋରଞ୍ଜନ ପାଢ଼ୀ, ଡ.ବିଜୟ କୁମାର ପ୍ରଧାନ, ଲଳିତ ଜେନା, ଅପର୍ଣ୍ଣା ପାଢ଼ୀ, ସୁନୀଲ ତ୍ରିପାଠୀ, ସଞ୍ଜୀବ ମିଶ୍ର ଏବଂ ନୃତ୍ୟ ଓ ବାଦ୍ୟ ଶିଳ୍ପୀ ମାନେ ଭାଗ ନେଇଥିଲେ। ପର୍ଯ୍ୟଟକ ମାନେ ସମ୍ବଲପୁର ନୃତ୍ୟ ଓ ସଙ୍ଗୀତରେ ଅଭିଭୂତ ହୋଇ ଆଗାମୀ ଦିନରେ ଫ୍ରାନ୍ସରେ ପରିଷଦର କଳାକାର ମାନଙ୍କୁ ପରିବେଷଣ ପାଇଁ ଆମନ୍ତ୍ରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Comments are closed.