୮କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ : ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗ ତରଫରୁ ଚଢ଼ଉ ଅଭିଯାନରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣକୁ ଗିରଫ କରିଛି। ପ୍ରାପ୍ତସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଁ ଜିଲା ଅବକାରୀ ବିଭାଗର ମୋବାଇଲ ଦଳ ରେଢ଼ାଖୋଲ ରୁ କଦଳୀଗଡ ରାସ୍ତା ମଧ୍ୟରେ ପୂର୍ବରୁ ଜଗି ରହି ଯାଞ୍ଚ ଚଳାଇ ଥିଲେ। ଯାଞ୍ଚ ସମୟରେ କନ୍ଧମାଳ ଜିଲାର ଫିରିଙ୍ଗି ଥାନା ଅର୍ନ୍ତଗତ କସନିପଦର ଗ୍ରାମର ନିବାସୀ ବୈଷ୍ଣବ ଦିଗେଲ (୨୫) ଙ୍କର ବାଇକ (ଓଡି – ୧୨ – ବି – ୩୪୮୧) ଡିକିରୁ ୮ କିଗ୍ରା ୩୫୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏଣୁ ବୈଷ୍ଣବକୁ ଗିରଫ କରାଯାଇ ତା ନିକଟରୁ ଗଞ୍ଜେଇ, ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। ଏ ସର୍ମ୍ପକରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି ବୋଲି ଅବକାରୀ ବିଭାଗ କହିଛି। ଏହି ଚଢ଼ଉ ସମୟରେ ଅବକାରୀ ଇନିସପେକ୍ଟର ଅର୍ଣ୍ଣପୁର୍ଣ୍ଣା ସେଠ ଙ୍କ ସମେତ ସାନ୍ତାନୁ ବେହେରା, ମହେନ୍ଦ୍ର ବାଗ ଓ ପ୍ରଫୁଲ୍ଲ ଭୋଇ ସାମିଲ ଥିଲେ।

Comments are closed.