ପୁଲିସ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା : ୩ ନିଲମ୍ବିତ

ସମ୍ବଲପୁର :  ସମ୍ବଲପୁର ଜିଲା ଯୁଯୁମରା ଥାନା ଅଞ୍ଚଳରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୁଲିସ ଧରିବା ପରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରଲ ଘଟଣାରେ ରବିବାର ଲାଞ୍ଚ ନେଇଥିବା ୩ଜଣ ପୁଲିସ କର୍ମଚାରୀକୁ ନିଲମ୍ବନ କରାଯାଇଛି। ନିଲମ୍ବନ କରାଯାଇଥିବା ୩ ଜଣ ପୁଲିସ କର୍ମଚାରୀ ହେଲେ ଯୁଯୁମରା ଥାନାର କନେଷ୍ଟବଲ, ହାବିଲଦାର ଓ ଡ୍ରାଇଭର।

ସୂଚନା ଅନୁଯାୟୀ,  ସମ୍ବଲପୁର ଏସପି  ଯୁଯୁମରା ଥାନାଅଧିକାରୀଙ୍କୁ  ପୁଲିସ ହେଡ କ୍ବାର୍ଟର୍ସକୁ ବଦଳି କରିଛନ୍ତି। ବାଇକରେ କାଠ ନେଇ ଯାଉଥିବା ବେଳେ ପାଟ୍ରୋଲିଂ ଗାଡ଼ି ଏହାକୁ ଜବତ କରିଥିଲା ପରେ ମାମଲା ନ କରିବା ପାଇଁ ସମ୍ପୃକ୍ତ ଥାନା କର୍ମଚାରୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ମଧ୍ୟସ୍ଥି ପାନ ଦୋକାନୀଙ୍କ ଜରିଆରେ ପୁଲିସ ଲାଞ୍ଚ ଟଙ୍କା ହାତେଇଥିଲା। ପ୍ରଥମେ ୧୫ ପରେ ୫ହଜାର ଦେବାର ଭିଡିଓ ଭାଇରାଲ ହୋଇଥିଲା। ଏହା ୧୦ ତାରିଖରେ ଭାଇରାଲ ହେବା ପରେ ଅଭିଯୋଗ ପ୍ରମାଣିତ ହେଲେ ଏହି ଘଟଣାର ସମ୍ପୃକ୍ତ କୌଣସି ଅଧିକାରୀ ବର୍ତ୍ତିପାରିବେ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା

 

 

Comments are closed.