୨୦୨୦ – ୨୧ ବର୍ଷ ପାଇଁ ‘ସମଲେଶ୍ୱରୀ ପଞ୍ଜିକା’ ଉନ୍ମୋଚିତ

ସମ୍ବଲପୁର :  ବିଗତ ୧୫ ବର୍ଷ ଧରି ସମ୍ବଲପୁରରୁ ପ୍ରକାଶିତ ହୋଇ ଆସୁଥିବା ‘ସମଲେଶ୍ୱରୀ ପଞ୍ଜିକା’ ର ୨୦୨୦ – ୨୦୨୧ ପାଇଁ ନୂତନ ସଂସ୍କରଣ ଶନିବାର ଅପରାହ୍ନରେ ଉନ୍ମୋଚିତ ହୋଇଯାଇଛି। ଅପରାହ୍ନ ସାଢ଼େ ୪ଟାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଠାରେ ପୂଜାର୍ଚ୍ଚନା ପରେ ୨୦୨୦ – ୨୧ ବର୍ଷ ପାଇଁ ନୂତନ ପଞ୍ଜିକାର ଉନ୍ନମୋଚନ ପଣ୍ଡିତ ମାନଙ୍କର ପବିତ୍ର ମନ୍ତ୍ରୋଚ୍ଚାରଣ ସହିତ ଉନ୍ନମୋଚିତ ହୋଇଯାଇଛି।

ପଣ୍ଡିତ ଅଚ୍ୟୁତାନନ୍ଦ ଉଦଗାତା, ପଣ୍ଡିତ ପ୍ରଭାକର ତ୍ରିପାଠୀ ଓ ବିଶିଷ୍ଟ ସାହିତିକ୍ୟ ଦ୍ୱାରକନାଥ ନାୟକଙ୍କ କରକମରେ ସମ୍ବଲେଶ୍ୱରୀ ମନ୍ଦିର ଠାରେ ଶ୍ରୀ ବ୍ରହ୍ନ ମଣ୍ଡପ ପଣ୍ଡିତ ମହାସଭାର ସଦସ୍ୟ ମାନଙ୍କ ଉପସ୍ଥିତିରେ ଉନ୍ନମୋଚିତ ହୋଇଯାଇଛି। ସମଲେଶ୍ୱରୀ ପଞ୍ଜିକାର ମୁଖ୍ୟ ପଣ୍ଡିତ ଅମରନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହାସଭାର ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରା, ସମ୍ପାଦକ ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ପଣ୍ଡିତ ବଂଶୀଧର ଶତପଥି, ପଣ୍ଡିତ ମହେଶ୍ୱର ନାୟକ, ପଣ୍ଡିତ ବିନୀତ ପାଣ୍ଡେୟ, ପଣ୍ଡିତ ସଚିଦାନନ୍ଦ ମିଶ୍ର, ପଣ୍ଡିତ କାହ୍ନୁ ଚରଣ ଷଡଙ୍ଗୀ, ପଣ୍ଡିତ କମଳକାନ୍ତି ମିଶ୍ର, ପଣ୍ଡିତ ବୁଲୁ ପାଢ଼ୀ, ପଣ୍ଡିତ ଛନ୍ଦାଚରଣ ପାଢ଼ୀ, ପଣ୍ଡିତ ଅକ୍ଷୟ ପୁରୋହିତ, ପଣ୍ଡିତ ଗିରିଜା ଶଙ୍କର ପଣ୍ଡା, ପଣ୍ଡିତ ଗିରିଶଚନ୍ଦ୍ର ହୋତା, ପଣ୍ଡିତ ମନବୋଧ ପାଢ଼ୀ, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ଝସକେତନ ହୋତା, ପଣ୍ଡିତ ସୁଧାଂଶୁ ପାଣିଗ୍ରାହୀ, ପଣ୍ଡିତ ରବି ନାରାୟଣ ପଣ୍ଡା, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ପଣ୍ଡିତ ଶମ୍ଭୁ ପ୍ରସାଦ ମିଶ୍ର, ପଣ୍ଡିତ ଭଗବାନ ବଡପଣ୍ଡା, ପଣ୍ଡିତ ବ୍ୟୋମକେଶ ପଣ୍ଡା, କାର୍ତ୍ତିକ ବହିଦାର ଙ୍କ ସମେତ ବହୁ ପଣ୍ଡିତ ଓ ଜ୍ଞାନୀଗୁଣୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସର୍ବ ପ୍ରଥମେ ଦୈନିକ ଲଗ୍ନାରମ୍ଭ ପ୍ରକାଶ, ସୁର୍ଯ୍ୟୋଦୟ ଓ ସୁର୍ଯ୍ୟାସ୍ତର ପ୍ରମାଣିକ ସିଦ୍ଧାନ୍ତ ସହିତ ପ୍ରତ୍ୟେକ ବର୍ଷର ରାଷ୍ଟ୍ରଫଳ, ଉତ୍କଳୀୟ ବ୍ରତ ପର୍ବର ନିତି ନିର୍ଘଣ୍ଟ, ଐତିହ୍ୟ, ପରମ୍ପରା ଓ ବରପୁତ୍ର ମାନଙ୍କର ଜନ୍ମ, ତିରୋଧାନ ଆଦିର ବହୁ ପ୍ରକାରର ସୂଚନା ସହିତ ଏହି ପଞ୍ଜିକା ପ୍ରକାଶିତ ହୋଇଆସୁଛି।

Comments are closed.