ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ; ୫ ଦିନ ପରେ ମଧ୍ୟ ପ୍ରଶାସନ ପାଖରେ ନାହିଁ ଖବର 

ସମ୍ବଲପୁର : ସମ୍ବଲପୁର ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡୁଥିବାର ଜନତା ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ଖୋଦ ସଦର ଏସଡ଼ିପିଓ ଙ୍କ କାର୍ଯ୍ୟାଳୟର ପଛପଟରେ ଜଣେ ନାବାଳିକା ଦିବ୍ୟାଙ୍ଗ ନାବାଳିକାକୁ ବଳାତ୍କାର ଘଟଣା ଜନତାଙ୍କ ଦାବିକୁ ପୃଷ୍ଟି କରୁଛି। ସମ୍ବଲପୁର ସହରର ଅଇଁଠାପାଲି ଅଂଚଳର ଜଣେ ଗରିବ ଅସହାୟ  ନାବାଳିକା ଦିବ୍ୟାଙ୍ଗ ଯୁବତୀ ଜଣେ କାମାନ୍ଧା ଯୁବକ ତାର ଶିକାର କରିଥିବାର ଚାଂଚଲ୍ୟକର ଘଟଣା ୫ ଦିନ ପରେ ସର୍ବସମ୍ମୁଖକୁ ଆସିଛି। ଅଇଁଠାପାଲି ସ୍ଥିତ ସଦର ଏସଡିପିଓ ଏବଂ ଅନ୍ୟ ପଟେ ଅଇଁଠାପାଲି ଥାନା କାର୍ଯ୍ୟାଳୟ ପଛ ପଟରେ ଏହି ଘଟଣାଟି ଗତ ୨୯ ତାରିଖ ରେ  ଘଟିଥିବା ବେଳେ ଏ ସମ୍ପର୍କରେ ନା ଜିଲା ପ୍ରଶାସନ ନା ଜ଼ିଲା ଶିଶୁ ସୁରକ୍ଷା ଅଧକାରୀ ପାଖରେ ଏହାର ଖବର ଅଛି। ଘଟଣା ଠିକ ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟର ପଛପଟରେ ଘଟି ଥିବାରୁ ପୁଲିସ ତାର ଭାବମୂର୍ତ୍ତିକୁ ଠିକ ରଖିବା ପାଇଁ ଏହାକୁ ଜନତା ଓ ଗଣମାଧ୍ୟମର ନଜାରରୁ ଲୁଚାଇବାକୁ ଚେଷ୍ଟା କରିଛି। ତେବେ ଅଭିଯୋଗ ପରେ ପୁଲିସ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତ କୁ ଗିରଫ କରି ଇତି ମଧ୍ୟରେ କୋର୍ଟ ଚାଲାଣ ମଧ୍ୟ କରିସାରିଛି।

ସୂଚାନା ଅନୁଯାୟୀ, ଗତ ୨୯ ତାରିଖ ସକାଳ ପ୍ରାୟ ୫ ଟା ସମୟରେ ଅଇଁଠାପାଲି ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ରହୁଥିବା ଜଣେ ୧୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଅଇଁଠାପାଲି ଅଞ୍ଚଳରେ ସ୍ଥିତ ଏକ ହୋଟେଲରେ କାର୍ଯ୍ୟ କରୁଥିବା ଜଣେ ଯୁବକ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତଜୁଡୁ ବୁଡୁ ଅବସ୍ଥା ଯୁବତୀ କୁ ଉଦ୍ଧାର କରି ଜିଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ  ବୁର୍ଲା ଭିମସାରକୁ ନେଇ ଡାକ୍ତରିମାଇନା  କରାଇଥିଲା। ତେବେ ସମସ୍ତଙ୍କ ଦୃଷ୍ଟିରୁ ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅନ୍ୟ ପଟରେ ପୀଡିତା ନାବାଳିକା ଦିବ୍ୟାଙ୍ଗ ଯୁବତୀର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଏବଂ କିଛି ଖାଉ ନ ଥିବା ଯୁବତୀ ର ମା’  ପ୍ରକାଶ କରିଛନ୍ତି। ଗତ ୫ ବର୍ଷ ହେବ ପୀଡିତା ଯୁବତୀର ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମା’ ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ବୁଧବାର ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ଜିଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସଙ୍କ ସହିତ ସମାଜସେବୀ ନିହାଲ ସିଂ ପୀଡିତା ଯୁବତୀ ଙ୍କ ଘରେ  ପହଞ୍ଚି ଥିଲେ । ଘଟଣା ସମ୍ପର୍କରେ ଜିଲା ରେଡ଼କ୍ରସରୁ ସାହାଯ୍ୟ କରିବା ସହିତ ଯୁବତୀର ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିବାକୁ ପାଇଁ ଜିଲାପାଳଙ୍କୁ  ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ ସୂଚନା ପ୍ରଦାନ କରି ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ  ପଛ ପଟେ ଜଣେ ନାବାଳିକା ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ହେବା  ଘଟଣାର ୫ ଦିନ ବିତିଯାଇଥିଲେ ସୁଦ୍ଧା ଜିଲା ଶିଶୁ ସୁରକ୍ଷା ଅଧକାରୀଙ୍କ ନିକଟରେ ଖବର ନ ପହଞ୍ଚିବା  ଓ ପୁଲିସ ଚୁପଚାପ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଚୁପ ରହିଯିବା ଘଟଣା ସହରବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହି ଘଟଣାରେ କେହି ମୁହଁ ଖୋଲୁ ନ ଥିବାରୁ ସାଧାରଣରେ ପୁଲିସର ଭୂମିକାର ଯାଞ୍ଚ ସହିତ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.