ଶାମ୍ବ ଦଶମୀ

ଆମ ଓଡ଼ିଆ ଘରର ଏକ ମୁଖ୍ୟ ପର୍ବ ହେଉଛି ଶାମ୍ବ ଦଶମୀ। ଘରେଘରେ ଲୋକେ ଏଇ ପର୍ବକୁ ଶମ୍ବର ଦଶମୀ ଭାବେ ପାଳନ କରନ୍ତି। ପ୍ରବାଦ ଅଛି ଯେ, ଶାମ୍ବ ଏହି ଦିନ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ପୂଜା କରି କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ। ହିନ୍ଦୁ ଘରର ନାରୀମାନେ ନିଜ ପିଲାର ମଙ୍ଗଳ, ଦୀର୍ଘ ଜୀବନ କାମନା କରି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା ସହ ତିନୋଟି ଧୂପ କରି ପୂଜା କରାଯାଏ। ପ୍ରଥମ ଧୂପଟି ବ୍ରାହ୍ମ ମୁହୂର୍ତ୍ତରେ ହୁଏ। ଦ୍ବିତୀୟ ଧୂପଟି ଦିବା ୧୨ ଘଟିକା ସମୟରେ କରାଯାଇଥାଏ। ଏହି ଧୂପରେ ଯାଉ, ଖେଚେଡ଼ି ଇତ୍ୟାଦି ପୂଜା ନୈବେଦ୍ୟ ବଢ଼ାଯାଏ। ତୃତୀୟ ଧୂପଟି ସୂର୍ଯ୍ୟାସ୍ତ ବା ଗୋଧୂଳି ବେଳାରେ ସମାପିତ ହୁଏ। ଏହି ଧୂପଟିରେ ପିଠାପଣା ଇତ୍ୟାଦି କରି ପୂଜା କରାଯାଏ। nn

Comments are closed.