‘ସମାଜ ପୋର୍ଟାଲ’ ପ୍ରଭାବ: +୩ ପଢିବେ ବାପମା’ ଛେଉଣ୍ଡ ରଶ୍ମିତା

ପାଟଣା: ଦୈନିକ ‘ସମାଜ’ ଖବରକାଗଜ ଓ ଏହାର ଡିଜିଟାଲ ପ୍ଲାଟଫର୍ମ ‘ସମାଜ ପୋର୍ଟାଲ’ରେ ଚଳିତ ମାସ ୧୭ରେ ଆମ ପାଟଣା ପ୍ରତିନିଧିଙ୍କ ‘ବାପମା’ ଛେଉଣ୍ଡ ରଶ୍ମିତାଙ୍କ +୩ ନାମଲେଖାରେ ଅର୍ଥ ସାଜିଛି ବାଧକ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସାମାଜିକ କର୍ମୀ ସହୃଦୟତାର ହାତ ବଢାଇଛନ୍ତି। ପ୍ରଥମ ଘଟଣା କ୍ରମରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଣ୍ଟିପାଳ ବାସିନ୍ଦା ତଥା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଆରକ୍ଷୀ ବିଭାଗର ଏସ.ଡି.ପି.ଓ ତଥା କବି ମାନସ ରଞ୍ଜନ ବାରିକ ପକ୍ଷରୁ ସମାଜ ପ୍ରତିନିଧିଙ୍କ ସହ ଯୋଗାଯୋଗ କରାଯାଇ ରଶ୍ମିତାଙ୍କ ୟୁନିଅନ ବ୍ୟାଙ୍କ ଜମାଖାତାରେ ୫ହଜାର ଟଙ୍କାର ସହାୟତା ଦିଆଯାଇଛି। ସେହିପରି ପାଟଣାର ସମାଜ ସେବୀ ଇଂ ବିଦ୍ୟାଧର ଦାଶ ରଶ୍ମିତାଙ୍କୁ କିଛି ନଗଦ ଅର୍ଥ ସାହାଯ୍ୟ କରିବା ସହ ରଶ୍ମିତା ଓ ତାଙ୍କ ସାନ ଭଉଣୀ ରାକ୍ଷୀ ଯଦି ଏମ.ଏ ଯାଏଁ ପାଠ ପଢ଼ିବେ ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପାଟଣାର ବସ ମାଲିକ ସୁବ୍ରତ କୁମାର ଦାଶ ରଶ୍ମିତାଙ୍କୁ ନଗଦ ୧ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରିଥିବା ବେଳେ ପାଟଣାର ଯୁବ ସାମାଜିକ କର୍ମୀ ବିବେକାନନ୍ଦ ଦାଶଙ୍କ ପକ୍ଷରୁ ରଶ୍ମିତାଙ୍କୁ ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ବାପମା’ ଛେଉଣ୍ଡ ରଶ୍ମିତାଙ୍କ +୩ ନାମଲେଖାରେ ଅର୍ଥ ସାଜିଛି ବାଧକ

https://www.samajalive.in/patana-news-187/328245.html

Comments are closed.