‘ସମାଜ ପୋର୍ଟାଲ’ ପ୍ରଭାବ : ‘କେନ୍ଦୁଝରରେ ଡାକ୍ତରଙ୍କ କାର,ଚାଲାଣ କଟୁଛି ଭୁବନେଶ୍ୱରରେ’ ମାମଲାର ସମାଧାନ 

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଜ କକା ଗୋକୁଳ ଚନ୍ଦ୍ର ମହାନ୍ତଙ୍କ ନାମରେ ଥିବା କାର (ଓଡି୦୨ଏଏକ୍ସ ୫୦୮୨)ଟି ଡାକ୍ତର ଲକ୍ଷ୍ମଣ ମହାନ୍ତଙ୍କ ସରକାରୀ କ୍ୱାର୍ଟର ସାମ୍ନାରେ ଦୀର୍ଘଦିନ ହେଲା ଠିଆ ହୋଇ ରହିଛି। ଏହି କାରଟି ରେ ଡାକ୍ତର ମହାନ୍ତ ବର୍ଷରେ ଥରେ ଅଧେ କଟକ ଯାଇଥିବା ବେଳେ ସେ କେବେ ଏହି କାର ନେଇ ଭୁବନେଶ୍ବର ଯାଇ ନାହାନ୍ତି । ଜୁଲାଇ ୨୯ ତାରିଖ ଏହି କାରଟି ପାଟଣା ଡାକ୍ତରଖାନା ପରିସରରେ ଠିଆ ହୋଇ ରହିଥିବା ବେଳେ କାରଟିର ଚାଲାଣ କିନ୍ତୁ କାଟିଛନ୍ତି ଭୁବନେଶ୍ୱର ମୋଟର ଯାନ ନୀରିକ୍ଷକ । ଏହି ଇ-ଚାଲାଣ ରେ ଦୃତ ଗତିରେ ଗାଡି ଚାଳନା ପାଇଁ ୨୦୦୦ ଟଙ୍କା ଓ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା କାରଣରୁ ୫ ହଜାର ଟଙ୍କା ଏହିପରି ମୋଟ ୭ ହଜାର ଟଙ୍କାର ଇ-ଚାଲାଣ ଡାକ୍ତର ଲକ୍ଷ୍ମଣ ମହାନ୍ତଙ୍କ ପାଖକୁ ଆସିଛି । ଓଏମଭିଡି କନେଷ୍ଟବଳ ସାଗରିକା ଓ ସନ୍ତୋଷ ସାକ୍ଷୀ ଥାଇ ସିଆରପି ଛକ ଫ୍ଲାଇ ଓଭରରେ କାରର ଦୃତ ଗତି ପାଇଁ ଜୋରିମାନା କରାଯିବା ଓ ଇ-ଚାଲାଣ ରେ କାରର ଚିତ୍ର ନଥିବା ଜଣାପଡିଛି।

ତେବେ କାରଟି କେନ୍ଦୁଝର ଜିଲ୍ଲାର ପାଟଣା ଡାକ୍ତରଖାନା ପରିସରରେ ଥିବା ବେଳେ ଭୁବନେଶ୍ୱରରେ ଦୃତଗତି ପାଇଁ ଇ-ଚାଲାଣ କଟାଯିବା ପଛରେ ରହସ୍ୟ କଣ ପରିବହନ ବିଭାଗ ଏହାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ଡାକ୍ତର ମହାନ୍ତ ମତ ରଖିଥିଲେ। ଏହି ଖବର ଆଜି ‘ସମାଜ ପୋର୍ଟାଲ’ରେ ପ୍ରକାଶ ପାଇଥିଲା। ପରେ ଭୁବନେଶ୍ୱର ଆର୍.ଟି.ଓ ଙ୍କ ପକ୍ଷରୁ କାର ମାଲିକଙ୍କୁ ବିଭାଗୀୟ ତ୍ରୁଟି ସଂପର୍କରେ ସୂଚନା ଦେଇଛନ୍ତି । ପ୍ରକୃତରେ ଓ.ଡି ୦୫ ଏ.ଏକ୍ସ୍ ୫୦୮୨ ଲେଖା ଯିବା ସ୍ଥାନରେ ଏହା ଓ.ଡି ୦୨ ହୋଇ ଯାଇଥିଲା। ଏହା ସଂଶୋଧନ କରି ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

Comments are closed.