ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ୬୯ତମ ଜନ୍ମ ଦିବସ ପାଳିତ

ବାଙ୍କୀ: ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କର ୬୯ତମ ଜନ୍ମ ଦିବସ ଶନିବାର ଦିନ ସ୍ଥାନୀୟ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଓକିଲ ହରେକୃଷ୍ଣ ଦାସ,ପ୍ରେସକ୍ଲବ ସମ୍ପାଦକ ସୁବାଷ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କର ଦୀର୍ଘ ନିରାମୟ ଜୀବନ ଓ ବାଙ୍କୀ ବିକାଶରେ ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବେଣୁଧର ଦିକ୍ଷୀତ୍‍,ଉପସଭାପତି ମନୋଜ କୁମାର ମହାପାତ୍ର,ଶ୍ରୀନିବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ସନାତନ ବେହେରା, ସନ୍ତୋଷ କୁମାର ରଣା, ସମରେନ୍ଦ୍ର ମହାପାତ୍ର ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ବାଙ୍କୀ ଅଞ୍ଚଳର ବହୁ ବୁଦ୍ଧିଜିବୀ, ଓକିଲ, ଶିକ୍ଷାବିତ୍‍, ସମାଜସେବୀ, ଯୁବ ଅନୁଷ୍ଠାନ ପ୍ରତିନିଧି ଏବଂ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହି ଫୁଲତୋଡା ଓ ଉତ୍ତୋରୀୟ ପ୍ରଦାନ କରି ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବାଙ୍କୀ ମାଟିର ବିିକାଶରେ ନିଜ ଜୀବନର ପ୍ରତିବଦ୍ଧତାକୁ ନିର୍ଭିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ତ୍ରିପାଠୀ ଜକନ୍ମ ଦିନର ବାର୍ତ୍ତା ପ୍ରଦାନ କରିଛନ୍ତି।

Comments are closed.