କରୋନାରେ ୧୭ ବୈମାନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ମହାମାରୀର ଶିକାର ​ହୋଇଛନ୍ତି ଭାରତର ୧୭ ବୈମାନିକ। ମେ’ରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରା ଏୟାରଲାଇନ୍ସର ଏହି ବୈମାନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଇଣ୍ଡିଗୋର ସର୍ବାଧିକ ୧୦ଜଣ ଥିଲାବେଳେ ଭିସ୍ତାରାର ଦୁଇଜଣ ଅଛନ୍ତି। ଏୟାର ଇଣ୍ଡିଆର କ୍ୟାପଟେନ ହର୍ଷ ତିୱାରୀ, କ୍ୟାପଟେନ ଜିପିଏସ ଗିଲ, କ୍ୟାପଟେନ ପ୍ରସାଦ କର୍ମକର, କ୍ୟାପଟେନ ସନ୍ଦୀପ ରାଣା ଓ କ୍ୟାପଟେନ ଅମିତେଶ ପ୍ରସାଦ ପ୍ରମୁଖ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି।

ଏତଦ୍‌ବ୍ୟତୀତ ପ୍ରାୟ ୪୫୦ ବୈମାନିକ ସଂକ୍ରମିତ ହୋଇଥିବା ପ୍ରକାଶ। ଏହି ପରିପ୍ରେକ୍ଷୀରେ ସମସ୍ତ ବିମାନ ଚଳାଚଳ କମ୍ପାନୀ କର୍ମଚାରୀଙ୍କୁ ଟିକାକରଣ ତ୍ବରାନ୍ବିତ କରାଯାଇଛି। ଜୁନ୍‌ ମଧ୍ୟଭାଗ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଥିବା ପ୍ରକାଶ। ଏଥିସହିତ ସେମାନଙ୍କ ପାଇଁ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରତ୍ୟେକ ମୃତ ବୈମାନିକଙ୍କ ପରିବାରକୁ ୫ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିବ ବୋଲି ଜଣାପଡ଼ିଛି।

Comments are closed.