ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପୁଇଗୁଡାରେ ଥିବା ଜାଡ଼ିପୁଲାମା ମନ୍ଦିରରେ ଜଣେ ବୃଦ୍ଧଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି। ବୃଦ୍ଧ ଜଣଙ୍କ ପ୍ରାୟ ୨ବର୍ଷ ହେବ ଆସି ପୁଇଗୁଡା ରେଥିବା ଭଙ୍ଗା ଜାଡ଼ିପୁଲାମା ମନ୍ଦିରରେ ରହି ଗାଁରେ ଭିକ ମାଗି ଚଳି ଆସୁଥିଲେ। ତାଙ୍କର ଆଜି ମୃତ୍ୟୁ ହୋଇଥିବା ଗାଈ ଚାରାଳୀ ଦେଖି ନିକଟସ୍ଥ ଲୋକଙ୍କୁ ଜଣାଇଥିଲେ। ଏହି ଖବର ଗଣମାଧ୍ୟମ ପ୍ରତିନିଧିମାନେ ଶୁଣି ବିଡ଼ିଓ, ତହସିଲଦାର ଓ ଥାନାକୁ ଜଣାଇଥିଲେ। ଉକ୍ତ ଖବର ସ୍ଥାନୀୟ ପୁଲିସ ଏସ ଆଇ ଶିବପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି। ମୃତକ ଜଣକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ପଦରସାହିର ବୃଦ୍ଧ ସୁନ୍ଦର ନାଗ ବୋଲି ଥାନା ଅଧିକାରୀ ସୁକୁମା ହଂସୁଦା ସୂଚନା ଦେଇଛନ୍ତି।

Comments are closed.