ବିଶ୍ୱ କଲ୍ୟାଣ ପାଇଁ ସମଲେଶ୍ୱରୀ ପୀଠରେ ଚଣ୍ଡୀ ପାଠ

ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠରେ ବିଶ୍ୱ ଜନ କଲ୍ୟାଣ ପାଇଁ ଚଣ୍ଡୀ ପାଠ କରାଯାଉଛି। ତିନି ଦିନ ବ୍ୟାପି ଅନୁଷ୍ଠିତ ଏହି ଚଣ୍ଡୀ ପାଠ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ କରାଯାଇଛି ଏବଂ ଏହା ଆସନ୍ତା ଗୁରୁବାର ଦିନ ଶେଷ ହେବ। ଏହି ସାମୁହିକ ଚଣ୍ଡୀ ପାଠ ମାଁ ସମଲେଶ୍ୱରୀଙ୍କ ନିକଟରେ ଜଗତ କଲ୍ୟାଣ ଓ କରୋନା ବ୍ୟାଧିର ବିନାଶ ପାଇଁ ରାୟପଡା ବାସୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଉଛି। ଏଥିରେ ପଣ୍ଡିତ ଭାବରେ ମହେନ୍ଦ୍ର ପୁଜାରୀ ପୂଜା କାର୍ଯ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି। ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ବ୍ୟାପିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ଗତ ମାଚ୍ଚ ୨୦ ତାରିଖରୁ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ଭକ୍ତ ମାନଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। ସମସ୍ତ ପୂଜା ଓ ପର୍ବ ନିତିବିଧି ଅନୁଯାୟୀ ସମ୍ପନ୍ନ କରାଯାଉଥିବା ବେଳେ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହିଛନ୍ତି। ଏଣୁ ଜଗତ କଲ୍ୟାଣ ଓ କରୋନା ମହାମାରୀର ନାଶ ପାଇଁ ଏହି ଚଣ୍ଡୀ ପାଠର ଆୟୋଜନ କରାଯାଇଛି ବୋଲି ଆୟୋଜକ ମାନେ କହିଛନ୍ତି।

 

 

Comments are closed.