ଲୁଣ ଓ ଚିନି ବ୍ୟବହାର ସମୟରେ ଜାଣି ରଖନ୍ତୁ ଏହି କଥା

ଭୋଜନରେ ଲୁଣ ଓ ଚିନି ଉଭୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ନିଜ ବୟସ ଅନୁସାରେ ହିଁ ଚିନି-ଲୁଣର ଉପଯୋଗ ଖାଦ୍ୟରେ କମ୍ କରିବା ଉଚିତ ।

– ବର୍ଷକରୁ ୩ ବର୍ଷର ପିଲା ଦୈନିକ ଅତିବେଶୀରେ ୨.୫ ମିଲିଗ୍ରାମ୍ ଲୁଣ ଖାଇବା ସହ ଚିନି ଆଦୌ ନ ଖାଇବା ଭଲ ।
– ୪ ରୁ ୮ ବର୍ଷର ପିଲା ୩ ଗ୍ରାମ୍ ଲୁଣ ବିଭିନ୍ନ ବ୍ୟଞ୍ଜନ ଉପଯୋଗରେ ଖାଇବା ସହ ଚିନି ନିୟମିତ ୧ ଚାମଚ ହିଁ ଖାଇବା ଭଲ ।
– ୯ ବର୍ଷରୁ ୫୦ ବର୍ଷ ବୟସର ବୟସ୍କମାନେ ୩.୭୫ ମିଲିଗ୍ରାମ୍ ଲୁଣ ଓ ୩ ଚାମଚ ଚିନି ଖାଇବା ଭଲ ।
– ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ନିଜ ଖାଦ୍ୟପେୟ ବାବଦରେ ସଚେତନ ହେବା ନିତାନ୍ତ ଜରୁରୀ । ଖୁବ୍ କମ୍ ମାତ୍ରାରେ ଲୁଣ ଓ ଚିନିର ଉପଯୋଗରେ ଏମାନେ ଖାଦ୍ୟ ଖାଇବା ଉଚିତ ।
– ଲୁଣ ଓ ଚିନିର ଉପଯୋଗ ପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ।

Comments are closed.