ତରକାରୀ ଲୁଣିଆ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ

୧. ତରକାରୀରେ ଲୁଣ ଅଧିକ ହୋଇଗଲେ ସେଥିରେ ଆଳୁ ଚୋପା ଛଡେଇ ପକାଇ ଦିଅନ୍ତୁ। ଖାଦ୍ୟ ପରସିଲା ବେଳେ ଆଳୁକୁ ବାହାର କରି ଦିଅନ୍ତୁ। ଦେଖିବେ ତରକାରୀ ଆଉ ଲୁଣିଆ ଲାଗିବ ନାହିଁ।
୨. ସେହିପରି ଲୁଣିଆ ତରକାରୀରେ ଅଟା ଗୁଲା କରି ପକାଇ ପାରିବେ। ଖାଇଲା ବେଳେ ଏହାକୁ ବାହାର କରି ନେବେ ।
Related Posts
୩. ଯଦି ଆପଣ ଚାହିଁଲେ ଲୁଣିଆ ତରକାରୀରେ ଏକ ବା ଦୁଇ ଚାମଚ ଦହି ପକାଇ ପାରିବେ।
୪. ଡାଲିରେ ଲୁଣ ଅଧିକ ହୋଇଗଲେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। ଦେଖିବେ ଲୁଣ ମାତ୍ରା କମିଯିବ।
୫. ଯଦି ତରକାରୀ ଅଧିକ ରାଗ ହୋଇଯାଏ, ତେବେ ସେଥିରେ ଏକ ଚାମଚ ଘିଅ ମିଶାଇ ଦିଅନ୍ତୁ।