ଲକଡାଉନ୍ ରେ ଲୁଣ ଦର ବୃଦ୍ଧି

ବିନିକା : ସମ୍ପ୍ରତି କିଛି ମାସ ଧରି ମହାମାରୀ କରୋନା ବିପତ୍ତି ପରିସ୍ଥିତିରେ ସରକାର ଘୋଷଣା କରିଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ସମଗ୍ର ବିନିକା ଅଞ୍ଚଳରେ ନିତ୍ୟ ବ୍ୟବହାର୍ୟ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଲୁଣ ଦର ବୃଦ୍ଧି ପାଇଥିବା ନେଇ ସାଧାରଣ ଖାଉଟି ଗ୍ରାହକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୨ ସପ୍ତାହ ମଧ୍ୟରେ ଲୁଣ ଦର ଯେତେ ଟଙ୍କା ରହିଥିଲା ଏବେ ତାହା ଅହେତୁକ ବୃଦ୍ଧି ଘଟିଥିବା ଅଭିଯୋଗ ହେଉଛି। ଫଳରେ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ପ୍ରତ୍ୟେକ ଦିନ ସାଧାରଣ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗ୍ରାହକ ମାନଙ୍କ ଠାରୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ଦୁଇଦିନ ହେଲା ଏ ଅଞ୍ଚଳରେ ଲୁଣ ଦର ବୃଦ୍ଧିକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ କିଛି ମୁନାଫା ଖୋର୍ ମହଯୁଦକାରୀ ଙ୍କ ପାଇଁ ଏବେ ସାଧାରଣ ଗ୍ରାହକ ଲୁଣ ଦର ବୃଦ୍ଧିରେ ପଡ଼ିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଯଦି ବିଭିନ୍ନ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଦୋକାନ ବଜାର ଗୁଡିକରେ ଏଭଳି ନିତ୍ୟ ବ୍ୟବହାର୍ୟ୍ୟ ଲୁଣ ସାମଗ୍ରୀ ଦରବୃଦ୍ଧି ହେଉଛି ତା ହେଲେ ଆଗକୁ କିଭଳି ସଙ୍କଟ ସ୍ଥିତି ଦେଖା ଦେବ ତାକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାହକମାନେ ଦାବି କରିଛନ୍ତି।

Comments are closed.