ସଲମାନଙ୍କୁ କାମୁଡ଼ିଦେଲା ସାପ, ବିଳମ୍ବିତ ରାତିରେ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ସଲମାନଙ୍କୁ ଏକ ସାପ କାମୁଡି ଦେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତକାଲି ବିଲମ୍ବିତ ରାତିରେ ଖ୍ରୀଷ୍ଟମାସ ପାଳନ ପାଇଁ ସଲମାନ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ଥିଲେ । ସେଠାରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ପରେ ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ ସଲମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସାପଟି ବିଷଧର ନଥିବା ଜଣାପଡ଼ିଥିଲା । ତେବେ ସଲମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ନଥିବା ଡାକ୍ତର ମାନେ କହିଛନ୍ତି । ବର୍ତ୍ତମାନ ସଲମାନ ନିଜ ଫାର୍ମ ହାଉସକୁ ଫେରିଛନ୍ତି। ଆସନ୍ତାକାଲି ସଲମାନଙ୍କ ଜନ୍ମଦିନ ଥିବା ଜଣାପଡ଼ିଛି ।

Comments are closed.