ଥାନା ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ

ସାଲେପୁର: ଥାନା ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । ସାଲେପୁର ଅଧିନସ୍ଥ କିଶନନଗର ଥାନା ସାମ୍ନାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯୁବକ ଜଣକ କେଉଁ କାରଣରୁ ଏପରି କାଣ୍ଡ କରିଛନ୍ତି ତାହା ଜଣାପଡ଼ି ନଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଛି । ଆତ୍ମହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । କିଶନ ନଗର ଥାନା ପୁଲିସ ବ୍ୟକ୍ତିଙ୍କ ପରିଚୟ ଖୋଜିକୁ ପ୍ରୟାସ କରୁଛି । କେଉଁ କାରଣରୁ ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇଲେ ସେନେଇ ତଦନ୍ତ କରାଯାଉଛି ।

Comments are closed.