ଜେଜେଙ୍କୁ ନାତିର ହତ୍ୟା!

ସାଲେପୁର: ନେମାଳ ଲେଣ୍ଡୁରା ଭଗବାନପୁର ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ଜେଜେଙ୍କୁ ହତ୍ୟା ଓ ଜେଜିମାଙ୍କୁ ଆକ୍ରମଣ ପଛରେ ନାତିର ହାତ ଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ପରେ ଏହାକୁ ଲୁଟେରାଙ୍କ ଆକ୍ରମଣ ରୂପ ଦେବାକୁ ଚାହିଁଥିଲା ନାତି। ପୁଲିସର ଘନ ଘନ ଜେରା ପରେ ନାତି ସତ୍ୟ ମାନିଥିବା ଜଣାପଡ଼ିଛି। ଅଭିଯୁକ୍ତ ନାବାଳକ ବୃଦ୍ଧ ଦମ୍ପତ୍ତିଙ୍କ ପୁତୁରାର ପୁଅ ହୋଇଥିବାବେଳେ ଟଙ୍କା ଓ ସୁନା ହାତେଇବା ନାବାଳକ ନାତି ଏଭଳି ଜଘନ୍ୟ କାଣ୍ଡ ଭିଆଇଛି। ଅଭିଯୁକ୍ତ ନାତିକୁ ଅଟକ ରଖିବା ସହ ପୁଲିସ ଲୁଟ ଟଙ୍କା ଜବତ କରିଛି ଏବଂ ତଦନ୍ତ ଜାରି ରଖିଛି।
Comments are closed.