ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବଢ଼ିଲା ଦରମା

ଅର୍ଥ ବିଭାଗ ପକ୍ଷରୁ ଏ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଲା। ଆଜି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବର୍ଦ୍ଧିତ ଦରମା ଚଳିତ ମାସ ପହିଲାରୁ ଲାଗୁ ହେବ । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

 

ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ୮୦୭୦ଟଙ୍କା ପାଉଥିବା କର୍ମଚାରୀ ୧୦,୧୦୦ଟଙ୍କା; ୮, ୩୯୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ଟଙ୍କା; ୮,୭୫୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୯୦୦ଟଙ୍କା; ୮,୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କ ଦରମା ହେଲା ୧୧,୧୦୦; ମାସିକ ୯ହଜାର ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୨୦୦; ୯୨୫୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୧,୫୦୦ଟଙ୍କା; ୯୫୦୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୯୦୦ଟଙ୍କା; ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦; ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦ ଓ ୧୬୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ଟଙ୍କା।

Comments are closed.