କୃଷି ବିଜ୍ଞାନ କେନ୍ଦ୍ରର ନୂତନ ପ୍ରଶାସନିକ କାର୍ଯ୍ୟାଳୟ ଉଦଘାଟନ

ସାକ୍ଷୀଗୋପାଳ: ସରକାରୀ କୃଷି ଫାର୍ମ ପରିସରରେ କୃଷି ବିଜ୍ଞାନ କେନ୍ଦ୍ର ଓ ପୁରୀର ନବ ନିର୍ମିତ ପ୍ରଶାସନିକ କାର୍ଯ୍ୟାଳୟ  ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନୂତନ କାର୍ଯ୍ୟାଳୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉଦଘାଟନ କରିଥିଲେ । ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ଭାଇସ ଚାନସେଲର ପୱନ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଡିନ ପ୍ରଶନଜିତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀର ମୁଖ୍ୟ ବୈଜ୍ଞାନିକ ତଥା ପ୍ରକଳ୍ପ ସଂଯୋଜକ ସଞ୍ଜୟ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.