ସାକ୍ଷୀଗୋପାଳ ମନ୍ଦିର ; ସେବକଙ୍କ ଖଟଣି ରୋଷଘରୁ ଚୋରି

ସାକ୍ଷୀଗୋପାଳ  : ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ଥିବା ସେବାୟତଙ୍କ ଖଟଣି ରୋଷଘର ମଧ୍ୟରୁ ଗତକାଲି ଚୋରି ହୋଇଯାଇଛି । ଦୁର୍ବୃତ୍ତ ମାନେ କବାଟ କୁନ୍ଦା ଭାଙ୍ଗି ରୋଷଘର ମଧ୍ୟରୁ ୨ ଗୋଟି ପିତ୍ତଳ ଥାଳି, ୬ ଗୋଟି ସିଲଭର ଥାଳି ଓ ୧ ଗୋଟି ଲୁହା କରେଇ ଚୋରି ହୋଇଯାଇଛି । ସେବାୟତ ରମାକାନ୍ତ ମହାପାତ୍ର ଏହି ଚୋରି ସମ୍ପର୍କରେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କୁ ଜଣାଇଛନ୍ତି । ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ ଆସିବା ପରେ ଆସନ୍ତା କାଲି ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯିବ ବୋଲି ଜଣାପଡିଛି ।

Comments are closed.