ଜିଲ୍ଲାପାଳଙ୍କ ସୁଆଣ୍ଡୋ ପରିଦର୍ଶନ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ପରିଦର୍ଶନ କରିଛନ୍ତି। ସୁଆଣ୍ଡୋ ଗ୍ରାମରେ ୨୫.୨୫ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଉନ୍ନୟନ କାର୍ୟ୍ୟକ୍ରମ ପରିଦର୍ଶନ କରିଥିଲେ। ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ରୋଷ ଘର ନିର୍ମାଣ, ଠାକୁରଙ୍କ ଦୋଳବେଦୀ ନିର୍ମାଣ, ଗ୍ରାମବାସୀ ସମସ୍ତଙ୍କ ଘରର ସମ୍ମୁଖ ଭାଗ ଏକ ପ୍ରକାର ରଙ୍ଗ କରାଯିବା ଓ ଭାର୍ଗବୀ ନଦୀରେ ନୌକା ବିହାର (ବୋଟିଂ )ସମ୍ପର୍କରେ ଆଲୋଚନା କରିଥିଲେ। ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଗ୍ରାମବାସୀ ସୁଭାଶିଷ ଦାସ, ସବ୍ୟସାଚୀ ଦାସ, ସୁଦାମ ଚରଣ ଦାସ, ରାମକୃଷ୍ଣ ଦାସ, ଭବାନୀ ଶଙ୍କର ଦାସ, ରବୀନ୍ଦ୍ର ନାଥ ଦାସ, ଲକ୍ଷ୍ମୀକାନ୍ତ ନନ୍ଦ, ଦୀପକ ଦାସ ଓ ହେମନ୍ତ କୁମାର ଦାସଙ୍କ ସମେତ ଅନ୍ୟମାନେ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ ।
Comments are closed.