ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୁଆଣ୍ଡୋ ପରିଦର୍ଶନ 

ସାକ୍ଷୀଗୋପାଳ :  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ତରଫରୁ ୩୨.୮ କୋଟି ଟଙ୍କା ଅନୁଦାନରେ ଉତ୍କଳମଣିଙ୍କ ଷଠୀ ଘର ଓ ଗ୍ରାମର ଶୈବପୀଠ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର  ପୁନଃରୁଦ୍ଧାର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ, ଉତ୍କଳମଣିଙ୍କ   ସର୍ବୋଚ୍ଚ  ୧୫ ଫୁଟ  ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ, ରାସ୍ତା ନିର୍ମାଣ, ଭୂତଳ ବିଦ୍ୟୁତ ବ୍ୟବସ୍ଥା, ସୂଚନା କେନ୍ଦ୍ର ଓ ଭୋଜନାଳୟ ନିର୍ମାଣ  ପ୍ରକଳ୍ପ ଶେଷ ପର୍ୟ୍ୟାୟରେ ପହଞ୍ଚିଅଛି । ଆସନ୍ତା ୨୩ ତାରିଖ ଦିନ ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦଘାଟନ କରିବେ।
ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୁଆଣ୍ଡୋ ପରିଦର୍ଶନରେ ଆସିଥିଲେ । ଶ୍ରୀଯୁକ୍ତ ଦାସ ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ ଓ ପୁଷ୍କରିଣୀ ଆଦି ପରିଦର୍ଶନ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ ପରିଦର୍ଶନ କରିଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Comments are closed.