ସାମ୍ବାଦିକଙ୍କୁ ପ୍ରଶାସନ ତରଫରୁ ସହାୟତା

ସାକ୍ଷୀଗୋପାଳ : ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କୁ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରାଯାଇଛି। ସତ୍ୟବାଦୀର ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମାଙ୍କଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବିଡ଼ିଓ କ୍ଷୀରୋଦ କୁମାର ବେହେରା ସତ୍ୟବାଦୀର ପୂର୍ବତନ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସେବକ ସାହିସ୍ଥିତ ବାସଭାବନଙ୍କୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଦଶ ହଜାର ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ସାମ୍ବାଦିକ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ଶ୍ରୀଯୁକ୍ତ ମହାପାତ୍ର ସତ୍ୟବାଦୀ ବ୍ଲକ ପ୍ରଶାସନ ଓ ପୁରୀ ଜିଲ୍ଳା ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲା ସାମ୍ବାଦିକ ସଙ୍ଘକୁ ବିଶେଷ କୃତଜ୍ଞତା ଜଣାଇଛନ୍ତି।
ସାମ୍ବାଦିକ ଶ୍ରୀଯୁକ୍ତ ମହାପାତ୍ର ଅନେକ ଦୈନିକ ଖବର କାଗଜରେ ସତ୍ୟବାଦୀ ବ୍ଲକ ପ୍ରତିନିଧି ରୂପେ କାର୍ୟ୍ୟ କରିଥିଲେ । ବୟସାଧିକ୍ୟ କାରଣରୁ ସେ ଏହି ବୃତ୍ତିରୁ ଅବସର ନେଇ ଘରେ ରହୁଛନ୍ତି ।

Comments are closed.