ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କମିଟିର ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ତରଫରୁ ମୃତା ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିକରି ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ଧର୍ମଘଟ ଅନୁଷ୍ଠିତ ହୋଇଥିଲା। ଧର୍ମଘଟ ଓ ହରତାଳ ଫଳରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। କାଦୁଆ ସରପଞ୍ଚ ସୁବାସ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା ଓ ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟମାନେ ଏହି ଧର୍ମଘଟରେ ଯୋଗ ଦେଇଥିଲେ।

Comments are closed.