ବିଜୁ ଜନତା ଦଳର ମିଶ୍ରଣ ପର୍ବ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳ ପୁର ପଞ୍ଚାୟତର ବଳପୁରସ୍ଥିତ ଶ୍ରୀ ଶ୍ରୀ ହରି ସହଦେଵ ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳ ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବଳ ପୁର ସମିତି ସଭ୍ୟ କାଳୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚରଣ ଦାସ,ବ୍ଲକ ସଭାପତି ପ୍ରମୋଦ କୁମାର ରାଉତରାୟ, ଆତ୍ମା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ସରପଞ୍ଚ ତ୍ରିନାଥ ମହାପାତ୍ର, ବ୍ଲକ ବିଜେଡ଼ି ଯୁବ ସଭାପତି ଶରତ ରାଉତ, ମହିଳା ମହାସଂଘ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଓ ଦୁଗଲ ସରପଞ୍ଚ ପ୍ରକାଶ ଖଟୋଇ ପ୍ରମୁଖ ଅତୀତ ରୂପେ ଯୋଗ ଦେଇଥିଲେ।

ଏହି ଅବସରରେ ବ୍ଲକ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରାଉତରାୟ ଆଲୋକ ବେହେରା, ମଙ୍ଗୁଳି ଦାସ ଗଦାଧର ଜେନା, ଭାଗିରଥି ନାୟକ, ରାମଚନ୍ଦ୍ର ବେହେରା, ମନୋଜ କୁମାର ପଣ୍ଡା ଭାସ୍କର ବେହେରା, ମୀନା ଜେନା ଓ ଗଦାଧର କମେଲା ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କୁ ଦଳୀୟ ପତାକା ଓ ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳରେ ସେମାନଙ୍କ ଯୋଗଦାନକୁ ସ୍ୱାଗତ କରିଥିଲେ। ଶେଷରେ ବଳ ପୁର ସରପଞ୍ଚ ତ୍ରିନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.