ସାମ୍ବାଦିକଙ୍କ ପିତୃ ବିୟୋଗ

ସାକ୍ଷୀଗୋପାଳ: ସତ୍ୟବାଦୀରେ କାର୍ଯ୍ୟରତ ସାମ୍ବାଦିକ ବସନ୍ତ କୁମାର ପଟ୍ଟନାୟକଙ୍କ ପିତା ସ୍ବର୍ଗତ ଗୋପାଳ ଚରଣ ନାୟକଙ୍କର ଆଜି ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଆଳସରଙ୍ଗ ଗ୍ରାମସ୍ଥିତ ନିଜ ବାସଭବନରେ (୮୮) ବର୍ଷ ବୟସରେ ପରଲୋକ ହୋଇଯାଇଛି। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ଦୟାନିଧି ନାୟକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ନାୟକ ଜଣେ ପରୋପକାରୀ, ମିଷ୍ଟଭାସି ଓ ମେଳାପୀ ସ୍ଵଭାବର ବ୍ୟକ୍ତି ଥିଲେ। ସତ୍ୟବାଦୀ ପ୍ରେସ କ୍ଳବର କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ବର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.