ସାକ୍ଷୀଗୋପାଳଙ୍କ ଘୋଡ଼ଲାଗି ବେଶ ଆରମ୍ଭ

ସାକ୍ଷୀଗୋପାଳ : ମାର୍ଗଶିର ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥି  ପବିତ୍ର ଓଢଣ  ଷଷ୍ଠୀ  ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଗୁରୁବାରଠାରୁ ଠାକୁର ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ଘୋଡ଼ଲାଗି ବେଶ ଆରମ୍ଭ ହୋଇଅଛି। ଭଣ୍ଡ ଧୂପ ପରେ ଛତ୍ରୀ, ତ୍ରାସ ସହିତ କାହାଳି ଓ ଘଣ୍ଟ ବାଦନ ସହିତ ବେଢ଼ା ଅନୁଷ୍ଠିତ ହୋଇଥିଲା। ନୂତନ ଘୋଡ଼ ଓ ଶିରି କାପଡ଼ାକୁ ବଡ଼ପଣ୍ଡା ନରହରି ମହାପାତ୍ର ଠାକୁର ଓ ଠାକୁରାଣୀଙ୍କୁ ଘୋଡ଼ ଲାଗି କରିଥିଲେ। ଧୂପ ଅନୁଷ୍ଠିତ ହୋଇଥିଲା। ଜାତ କାକେରା ଭୋଗ, ଆଳତୀ ଓ ଉପଚାର ଅନୁଷ୍ଠିତ ହୋଇଥିଲା। ପରେ ପାର୍ଶ୍ୱ ଦେବଦେବୀ ମାନଙ୍କୁ  ଘୋଡ଼ ଲାଗି କରାଯାଇଥିଲା। ଏହି ବେଶରେ ଠାକୁର ଓ ଠାକୁରାଣୀଙ୍କ ଶରୀର ଘୋଡ଼ ଦ୍ୱାରା ଆବୃତ୍ତ ହୋଇ ରହିବ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଠାକୁର ଓ ଠାକୁରାଣୀଙ୍କ ଶ୍ରୀମୁଖ ଦର୍ଶନ କରି ପାରିବେ। ଏହି ବେଶ ଆସନ୍ତା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.