MEllora 950×100

ଟିଏମସି ମୁଖପାତ୍ର ସାକେତ ଗୋଖଲେ ଗିରଫ

ଅହମଦାବାଦ: ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟତର ସାକେତ ଗୋଖଲେଙ୍କୁ ଗୁଜରାଟ ପୁଲିସ ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ଗୋଖଲେଙ୍କ ବିରୋଧରେ ମୋର୍ବି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ତାଙ୍କ ଦଳର ସହକର୍ମୀ ତଥା ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍। ଓ’ବ୍ରାଇନ୍ ଟ୍ବିଟ୍‌ କରିଛନ୍ତି, ‘‘ଟିଏମସି ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ ଗୁଜରାଟ ପୁଲିସ ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ସୋମବାର ସାକେତ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ରାତି ୯ଟାରେ ବିମାନରେ ଯାତ୍ରା କରିଥିଲେ। ପୂର୍ବରୁ ଜୟପୁର ବିମାନବନ୍ଦରରେ ଅପେକ୍ଷା କରିଥିବା ଗୁଜରାଟ ପୁଲିସ ସେ ଓହ୍ଲାଇବା ପରେ ସେଠାରୁ ତାଙ୍କୁ ଗିରଫ କରିଛି’’।

 

Comments are closed.