ସୈନିକସ୍କୁଲ କ୍ୟାଡେଟ୍‍ ମାନଙ୍କ ପାଇଁ ଅନ୍‍ଲାଇନ ପାଠପଢା

ଭୁବନେଶ୍ଵର : ସମଗ୍ର ଦେଶରେ କୋଭ଼ିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସି.ବି.ଏସ୍‍.ଇ. ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନଲାଇନ୍‍ ପାଠ୍ୟଦାନ ବ୍ୟବସ୍ଥା ଜାରି ରଖିଛି। ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୈନିକସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ଗ୍ରୁପ୍‍ କ୍ୟାପ୍ଟେନ୍‍ ଏସ.ଡୋମିନିକ୍‍ ରାୟନ ସୂଚନା ଦେଇ କହିଛନ୍ତି ଯେ ସପ୍ତମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ଡିଜିଟାଲ ବ୍ୟବସ୍ଥାରେ କ୍ଲାସ କରାଯାଉଛି । ଏଥି ସହିତ ଏକ୍ସଟ୍ରା କ୍ଲାସ ସହାୟତାରେ ନିଜର ସି.ବି.ଏସ୍‍.ଇ. ପାଠ୍ୟକ୍ରମ ସହିତ , ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀମାନେ ଆଗାମୀ ୟୁପିଏସି ଏବଂ ଏନଡିଏ ପ୍ରବେଶିକା ପରୀକ୍ଷାପାଇଁ କୋଚିଙ୍ଗ୍‍ର ସୁବିଧା ମଧ୍ୟ ଦିଆ ଯାଉଛି। ଲକ୍‍ଡାଉନ୍‍ ସମୟରେ କ୍ୟାଡେଟ୍‍ ମାନେ ବିଦ୍ୟାଳୟ ଠାରୁ ଦୂରରେ ରହୁଥିବାରୁ , ସେମାନଙ୍କ ପାଖକୁ ସି.ବି.ଏସ୍‍.ଇ. ପାଠ୍ୟପୁସ୍ତକ ଡାକଦ୍ୱାରା ପଠାଇବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟର ଉପାଧ୍ୟକ୍ଷ ଉଇଙ୍ଗ୍‍ କମାଣ୍ଡର ଅମିତାଭ ରଂଜନ ଏସବୁ ଏକାଡେମିକ୍‍ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଛନ୍ତି। ବିଦ୍ୟାଳୟର ଏହି ଅନଲାଇନ୍‍ ପାଠ୍ୟଦାନ ବ୍ୟବସ୍ଥା ପାଇଁ ଅଭିଭାବକ ମାନଙ୍କ ସମେତ , ପୁରାତନ ଛାତ୍ରପରିଷଦର ସଦସ୍ୟମାନେ ବିଦ୍ୟାଳୟ ପ୍ରଶାସନ ଏବଂ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଛନ୍ତି।

Comments are closed.