ବିଜେପିରେ ସାମିଲ ହେଲେ ସାଇନା ନେହ୍ବାଲ

ନୂଆଦିଲ୍ଲୀ: ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ ତାଙ୍କର ୨ୟ ଇନିଂସ ରାଜନୀତିରୁ ଆରମ୍ଭ କରିଛନ୍ତି। ବୁଧବାର ସେ ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀଠାରେ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଦଳ​‌ରେ ଯୋଗଦେଇଛନ୍ତି। ତାଙ୍କ ସହିତ ତାଙ୍କ ଭଉଣୀ ଚନ୍ଦ୍ରାଶୁ ନେହ୍ବାଲ ବି ବିଜେପିରେ ସାମିଲ ହୋଇଛନ୍ତି। ସାଇନା ଆଗାମୀ ଦିଲ୍ଲୀ ବିଧାନସଭାରେ ବିଜେପି ପାଇଁ ପ୍ରଚାର କରିବେ। ଦଳରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ତାଙ୍କୁ ପ୍ରେରଣା ମିଳୁଥିବା ସେ କହିଥିଲେ।

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ରାଜାନୖତିକ ବାତାବରଣ ସରଗରମ ରହିଛି। ବିଜେପି ସମେତ ଅନ୍ୟାନ୍ୟ ଦଳର ନେତାମାନେ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି। ଏଭଳି ସ୍ଥିତିରେ ବିଜେପିରେ ସାଇନାଙ୍କ ଯୋଗଦାନ ଦଳକୁ ବହୁ ଫାଇଦା ଦେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Comments are closed.