୨୦ ବର୍ଷ ପରେ ସୈଫ-ତବୁ ଯୋଡ଼ି : ସାମ୍ନାକୁ ଆସିଲା ‘ଜବାନୀ ଜାନେମନ’ର ମୁକ୍ତିଲାଭ ତାରିଖ

ମୁମ୍ବଇ : ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନ ଓ ତବୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଜବାନୀ ଜାନେମନ’ର ମୁକ୍ତିଲାଭ ତାରିଖ ସାମ୍ନାକୁ ଆସିଛି। ଚଳିତ ବର୍ଷ ୨୯ ନଭେମ୍ବରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସୈଫ୍‍ ଓ ତବୁ ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଶେଷ ଥର ପାଇଁ ଦୁହେଁ ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହମ୍‍ ସାଥ ସାଥ ହୈ’ରେ ନଜର ଆସିଥିଲେ। ସୈଫ ଓ ତବୁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ପୂଜା ବେଦୀଙ୍କ ଝିଅ ଅଲୈଆ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଜବାନୀ ଜାନେମନ’ ଜରିଆରେ ଅଲୈଆ ବଲିଉଡ଼ରେ ପାଦ ଥାପିବେ। ସୂଚନା ଅନୁସାରେ, ଚଳଚ୍ଚିତ୍ର ଶୁଟିଂ ଚଳିତ ମାସଠାରୁ ଲଣ୍ଡନରେ ଆରମ୍ଭ ହେବ। ବ୍ଲାକ୍‍ ନାଇଟ୍‍ ଫିଲ୍ମସ, ନର୍ଦେନ ଲାଇଟ୍ସ ଫିଲ୍ମସ ଏବଂ ପୂଜା ଏଣ୍ଟରଟେନମେଣ୍ଟର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନିତିନ କକ୍କଡ଼ ବହନ କରିଛନ୍ତି।

Comments are closed.