ଶବ ଶୋଭାଯାତ୍ରା ପାଇଁ ବ୍ୟାରିକେଡ଼ ହଟାଇଲେ ସାହିନବାଗ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ପ୍ରାୟ ଦୁଇ ମାସ ହେବ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀର ସାହିନବାଗ ଅଂଚଳରେ ବିକ୍ଷୋଭକାରୀମାନେ ରାସ୍ତା ବନ୍ଦ କରିବା ପାଇଁ ଲଗାଇ ଥିବା ବ୍ୟାରିକେଡ଼ ହଟାଇଛନ୍ତି। ଆଜି ସକାଳେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଶବ ଶୋଭାଯାତ୍ରାକୁ ରାସ୍ତା ଦେବାକୁ ଯାଇ ପ୍ରତିବାଦକାରୀମାନେ ବ୍ୟାରିକେଡ଼ ହଟାଇବା ଦେଖାଯାଇଥିଲା। ପ୍ରତିବାଦକାରୀମାନେ କହିଛନ୍ତି, ଏଥିରେ କିଛି ଅସାଧାରଣ ନାହିଁ, ଆମ ଭିତରେ ଥିବା ପାରସ୍ପରିକ ସମ୍ମାନର ବିଷୟ। ସେମାନେ କହିଛନ୍ତି ଯେ କେବଳ ଶବ ଶୋଭାଯାତ୍ରା ନୁହେଁ, ଯାତ୍ରୀବାହୀ ବସ ଏବଂ ଆମ୍ବୁଲାନ୍ସକୁ ସେହି ମାର୍ଗ ଦେଇ ମଧ୍ୟ ଛଡାଯାଉଛି।

ସୂଚନା ଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାହିନବାଗ ଅଂଚଳରେ କ୍ରମାଗତ ଭାବେ ପ୍ରତିବାଦ ହେଉଛି। ବିଶେଷ କରି ମୁସଲିମ ମହିଳା ଏହାକୁ  ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।

Comments are closed.