ପାଇକ ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ଥିଲେ ଜୟୀ ରାଜଗୁର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀରେ ଏଜି ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କହିଥିଲେ ଯେ ଜୟୀ ରାଜଗୁରୁଙ୍କ ଅଦମ୍ୟ ବୀରତ୍ୱ, ଦେଶଭକ୍ତିର ପଟ୍ଟାନ୍ତର ନାହିଁ। ଇଂରେଜମାନଙ୍କୁ ଗରିଲା ଯୁଦ୍ଧରେ ପରାସ୍ତ କରିବା ସହ ପାଇକମାନଙ୍କୁ ଏକାଠି କରି ଦେଶ ମାତୃକା ପାଇଁ ଲଢି ଯେଉଁ ପ୍ରାଣବଳୀ ଦେଇଥିଲେ ତାହା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

 

ସମ୍ମାନିତ ଅତିଥି ଓ ସଂଯୋଜକ ଭାବେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରାଙ୍କ ସହିତ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ବି ମୁରଲୀଧର, ଡ. ଅସିତ ଦାସ, ପ୍ରବୀର ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍, ଭାଷାଯୋଦ୍ଧା ସୀତାବଲ୍ଲଭ ମହାପାତ୍ରଙ୍କୁ ଜୟୀ ରାଜଗୁରୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅଭିଯାନର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ନାରାୟଣ ମୁଦୁଲି, ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

Comments are closed.