ଜାତୀୟ ସଂହତିର ରକ୍ଷା ପାଇଁ ସହିଦ୍ ଭଗତ ସିଂହଙ୍କର ଦର୍ଶନର ଆବଶ୍ୟକତା ରହିଛି

ବିଜୁ ଯୁବଛାତ୍ର ସଂଗଠନର ସହିଦ ଦିବସ ପାଳନ

ଆଠଗଡ: ଫେବୃଆରୀ ୧୪ ତାରିଖ ଭାରତୀୟ ରାଜନୀତି, ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବହନ କରିଛି। ୧୯୩୧ ମସିହା ଏହି ଦିନ ମହାନ୍ ବିପ୍ଲବୀ, ସ୍ୱାଧିନତା ସଂଗ୍ରାମର ଅଗ୍ନିସ୍ପୁଲିଙ୍ଗ ଭଗତ୍ ସିଂହ ଓ ତାଙ୍କର ସାଥି ସୁକଦେବ, ରାଜଗୁରୁଙ୍କୁ ରାଜଦ୍ରୋହ ଅପରାଧରେ ଇଂରେଜ୍ ସରକାର ଫାସିଦଣ୍ଡାଦେଶ ଦେଇଥିବା ବେଳେ ୨୦୧୯ ମସିହା ଏହି ତାରିଖ ଦିନ ଜାମ୍ମୁ-କାଶ୍ମୀରର ଫୁଲୱାମା ଆତଙ୍କବାଦୀଙ୍କ ଅକ୍ରମଣରେ ଦୁଇ ଓଡିଆଙ୍କ ସମେତ ୪୦ ଜଣ ଭାରତୀୟ ଜବାନ୍ ସହିଦ ହୋଇଥିଲେ। ମୂଖ୍ୟତଃ ଏହି ଦୁଇଟି ମାମଲା ଆଜି ମଧ୍ୟ ଭାରତୀୟ ମାନଙ୍କ ହୃଦୟରେ ପଦଚିହ୍ନ ଛାଡି ଚାଲିଯାଇଛି। ଭଗତ ସିଂହଙ୍କର ଫାସି ଏବଂ ଯବାନ୍ ମାନଙ୍କର ମୃତ୍ୟୁ ଭାରତୀୟ ରାଜନୀତିରେ ଗଭୀର କ୍ଷତସୃଷ୍ଟି କରିବା ସହିତ ଯୁବଶକ୍ତିର ମନକୁ ଆନ୍ଦୋଳିତ କରିଛି ଏବଂ ଭଗତ ସିଂହଙ୍କର ଓ ଫୁଲୱାମା ଯବାନମାନଙ୍କ ବଳିଦାନ ତତ୍କାଳୀନ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ଆଧୁନିକ ଭାରତ ରାଜନୀତିକୁ ନୂତନ ଦିଗଦର୍ଶନ ଦେଇଛି। ସଂପ୍ରତି ଭାରତୀୟ ରାଜନୀତିରେ ଉଗ୍ର ରାଷ୍ଟବାଦ୍ ଓ ଘରୋଇ କରଣ ବିରୁଦ୍ଧରେ ଭଗତ ସିଂହଙ୍କର ଦର୍ଶନରେ ଉଦ୍ବୁଦ୍ଧ ହୋଇ ଯୁବ ଶକ୍ତି ଦେଶମାତୃକାକୁ ରକ୍ଷାକରିପାରିବ ବୋଲି ସହିଦ୍ ଦିବସ ପାଳନ ଅବସରରେ ଆଠଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ସୂର୍ଯ୍ୟଭବନଠାରେ, ଆଠଗଡ ବିଜୁ ଯୁବ ଛାତ୍ର ସଂଗଠନ ଦ୍ୱାରା ଆୟୋଜିତ ଆଲୋଚନା ଚକ୍ର ଶୀର୍ଷକ “ସାମ୍ପ୍ରତିକ ରାଜନୀତି ଓ ଭଗତ ସିଂହଙ୍କ ଦର୍ଶନ”ରେ ଭାଗନେଇ ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।

 

ସାମ୍ବାଦିକ ସତ୍ୟପ୍ରକାଶ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ସହିଦ୍ ମାନଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ୍ଜୀବି ସୁଶାନ୍ତ କୁମାର ମିଶ୍ର ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ ଓକିଲ୍ ସଂଘର ସଭାପତି ସତ୍ୟେନ୍ ପଣ୍ଡା, ବିନୟ ଶୁକ୍ଲା, ଦିପକ ପ୍ରସାଦ ମାନସିଂ, ଜ୍ଞାନରଞ୍ଜନ ଧଳସାମନ୍ତ, ପୂର୍ବତନ ଏନ୍ଏସି ଅଧକ୍ଷା ସୁଚିତ୍ରା ସାହୁ, ସୁବର୍ଣ୍ଣ ମଞ୍ଜରି ଭଞ୍ଜ, ପୂର୍ବତନ କାଉନ୍ସିଲର ସୁଚିତ୍ରା ବେହେରା, ରଞ୍ଜିତା ବେହେରା ପ୍ରମୁଖ ଯୋଗଦେଇ ସହିଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁବ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତମାନଙ୍କ ତରଫରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏନ୍ଏସି ବିଜୁ ଛାତ୍ର ଜନତା ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏନ୍ଏସି ବିଜୁ ଯୁବ ଜନତା ଦଳ ସଭାପତି ଶିବ ଶଙ୍କର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ବିଜୁ ଜନତା ଦଳ ତରଫରୁ ଆଠଗଡ ଏନ୍ଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂଙ୍କ ସଂଯୋଜନାରେ ନବ ନିଯୁକ୍ତ ବିଜେଡି ଯୁବ ଛାତ୍ର ପଦାଧିକାରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ବିଜେଡି ଜିଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ସରପଞ୍ଚ ତଥା ଜିଲା ବିଜେଡି ସଂପାଦକ ଅଶୋକ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ଛାତ୍ର ବିଜେଡି ଉପ-ସଭାପତି ସନ୍ତୋଷ ମିଶ୍ର, ଆଠଗଡ ବ୍ଲକ ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତି, ଆଠଗଡ ବ୍ଲକ ବିଜୁ ଯୁବ ଜନତା ସଭାପତି ଅଜୟ ସ୍ୱାଇଁ, ତିଗିରିଆ ବ୍ଲକ ଯୁବ ଜନତା ସଭାପତି ପ୍ରିତିରଞ୍ଜନ ବେହେରା, ଛାତ୍ର ଜନତା ସଭାପତି ହିମାଂଶୁ ଶେଖର ସ୍ୱାଇଁ, ଜିଲା ବିଜୁ ଯୁବ ଜନତା ଦଳର ସଂପାଦକ ଦିପକ କୁମାର ଆଚାର୍ଯ୍ୟ, ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସଂପାଦକ ଶୁଭେନ୍ଦୁ ବେଉରା ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ସହିଦ୍ ଭଗତ ସିଂହଙ୍କର ଜୀବନ ଦର୍ଶନ ଓ କାର୍ଯ୍ୟକଳାପ ସମ୍ବର୍ଦ୍ଧରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।

Comments are closed.