ସାହାରପଡା ଡାକ୍ତରଖାନା ଜମିର ଜବର ଦଖଲ ଉଚ୍ଛେଦ ପାଇଁ ଦାବି

ପାଟଣା : ସାହାରପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ଜବର ଦଖଲକାରୀଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି । ଡାକ୍ତରଖାନା ସଂଲଗ୍ନ ଜମିକୁ ଦିନକୁ ଦିନ ଜବରଦଖଲକାରୀମାନେ ମାଡି ବସୁଥିବା ଦେଖାଯାଉଛି । ମିଳିଥିବା ସୂଚନା ଅନୁସାରେ ଡାକ୍ତରଖାନାଟି ୧୨୩ ନମ୍ବର ପ୍ଲଟର ୮୪ ନମ୍ବର ଖାତାରେ ଉନ୍ନତ କିସମର ରହିଛି । ଏହାର ମୋଟ ଏରିଆ ୯ ଏକର ୭୭ ଡିସିମିଲି ରହିବ ଓ ସେଥିମଧ୍ୟରୁ ୧ ଏକର ୦୬ ଡିସିମିଲି ଜମି ଡାକ୍ତରଖାନାକୁ ପ୍ରଦାନ କରାଯାଇଛି। ବର୍ତ୍ତମାନ ସରକାରଙ୍କ ୫ଟି ଯୋଜନାରେ ଡାକ୍ତରଖାନା ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷ ତହସିଲ କର୍ତ୍ତୃପକ୍ଷ ମାଧ୍ୟମରେ ଅମିନ ସାହାଯ୍ୟରେ ଚିହ୍ନଟ କରିଥିଲେ । ତେବେ ବର୍ତ୍ତମାନ  ଡାକ୍ତରଖାନା ଟି ୭୦ ଡିସିମିଲି ଅବସ୍ଥାପିତ ୩୬ ଡିସିମିଲି ଜାଗା ଜବରଦଖଲ କାରୀମାନେ ମାଡି ବସିଥିବା ଜଣାପଡିଛି । ମେଡିକାଲ ଚତୁଃପାର୍ଶ୍ଵର ବସବାସ କରୁଥିବା ସ୍ଥାନୀୟ ଲୋକ ଉକ୍ତ ଜମି ଜବରଦସ୍ତ ମାଡି ବସିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏନେଇ ଉକ୍ତ ବ୍ୟକ୍ତି ମାନଙ୍କୁ ସରକାରୀ ଜମି ଛାଡିବାକୁ ଅନୁରୋଧ କରାଗଲେ ମଧ୍ୟ ସେମାନେ ଭୃକ୍ଷେପ କରୁନଥିବା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସୁମନ୍ତ କୁମାର ମିଶ୍ର ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପାଚେରୀ ନିର୍ମାଣ ବିଳମ୍ବ ହେବା ଦେଖାଯାଇ ଥିବାରୁ ଏହାର ତୁରନ୍ତ ସମାଧାନ ନିମନ୍ତେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ମିଶ୍ର କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଦେବା ସହ ଏହାର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Comments are closed.