ମିଆଦ ପରେ ସାହାରା ଇଣ୍ଡିଆ ଟଙ୍କା ଦେଉ ନଥିବା ଅଭିଯୋଗ

ରେଙ୍ଗାଲି: ରେଙ୍ଗାଲି ପୁରୁଣାବସ୍ତିର ଲକ୍ଷ୍ମୀନାରାୟଣ ସାହୁ ଯିଏକି ରେଙ୍ଗାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଟନ୍ତି। ସାହାରା ଇଣ୍ଡିଆ ପରିବାରର ଏଜେଣ୍ଟଙ୍କ ଜରିଆରେ ଜମା ପଲିସି କରି ଟଙ୍କା ଜମା କରିଥିଲେ। ସାହାରା ଇଣ୍ଡିଆର ସମ୍ବଲପୁର ଶାଖାରେ ଶ୍ରୀ ସାହୁଙ୍କ ଟଙ୍କା ଜମା ହୋଇଛି ବୋଲି ସେ କହିଛନ୍ତି। ଗତ ଜୁଲାଇ ମାସ ୩୧ ତାରିଖ ଦିନ ଶ୍ରୀ ସାହୁଙ୍କ ଜମା ଟଙ୍କାର ପଲିସି ମିଆଦ ପୁରି ଯାଇଥିଲା । ଇତି ମଧ୍ୟରେ ୩ ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲା ପରେ ମଧ୍ୟ ସାହାରା ଇଣ୍ଡିଆ ପରିବାର ତାଙ୍କ ଜମା ଟଙ୍କା ଦେଉନାହିଁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ଏଜେଣ୍ଟକୁ ପଚାରିଲେ ଆଜି ମିଳିବ କାଳି ମିଳିବ କହି ଦିନ ଗଡାଇ ଚାଲିଛି। ସାହାର ଇଣ୍ଡିଆ ପରିବାରର ସମ୍ବଲପୁର ସ୍ଥିତ କାର୍ଯ୍ୟଳୟର ଶାଖା ପରିଚାଳକଙ୍କୁ ପଚାରିବାରୁ ତମର ଜମା ଟଙ୍କା ଏକ ବର୍ଷ ପରେ ପାଇବ ବୋଲି କହୁଛନ୍ତି। ଜୁଲାଇ ମାସରୁ ମୁଁ ଜମା କରିଥିବା ଟଙ୍କା ମେଚ୍ୟୁରିଟୀ ହୋଇ ସାରିବା ସତ୍ୱେ ମୋତେ ମୋର ଜମା ଟଙ୍କା ନଦେଇ ଅକାରଣରେ ହଇରାଣ ହରକତ କରାଯାଉଛି। ଏଦିଗରେ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ୍ୟାୟ ପ୍ରଦାନ ପାଇଁ ଶ୍ରୀ ସାହୁ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି।

Comments are closed.