ସାହାରପଡାରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ଠାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ୟ୍ୟଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଛି । ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତ ରେ ଆସି ବୈଠକ ସାରି ରାଇରଙ୍ଗପୁର କାର୍ୟ୍ୟକ୍ରମ କୁ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଙ୍କ ସହ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ ଙ୍କୁ ସାହାରପଡା ଠାରେ ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତ , ସାଧାରଣ ସମ୍ପାଦକ ନରହରି ମହନ୍ତ, ସାହାରପଡା ମଣ୍ଡଳ ସଭାପତି ହରିଶ୍ ଚନ୍ଦ୍ର ମହାନ୍ତ, ଉପସଭାପତି ଶତୃଘ୍ନ ମହାନ୍ତ, ସାଧାରଣ ସମ୍ପାଦକ ଧୃବଚରଣ ନାଏକ ପ୍ରମୁଖ ଙ୍କ ସହ ବହୁ ବିଜେପି କାର୍ୟ୍ୟକର୍ତ୍ତା ଉପସ୍ଥିତି ରହି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଙ୍କୁ ଭବ୍ୟ ସ୍ଵାଗତ କରିଥିଲେ ।

Comments are closed.