ବିପଦଶଙ୍କୁଳ ଅବସ୍ଥାରେ ଶଗଡିଆ ନାଳ ପୋଲ ,ଚାଲିଛି ଅସୁରକ୍ଷିତ ଯାତ୍ରା

ହରଭଙ୍ଗା : ହରଭଙ୍ଗା-ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଧର୍ମନଗର ନିକଟରେ ରହିଥିବା ଶଗଡିଆ ନାଳ ପୋଲଟି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବହୁବର୍ଷର ପୁରୁଣା ପୋଲର ସପୋର୍ଟିଂ  ୱାଲ ଭାଙ୍ଗିଯାଇଥିବା ବେଳେ ପୋଲ ଉପରେ ବଡ ବଡ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ସଂକୀର୍ଣ୍ଣ ଅବସ୍ଥାରେ ପୋଲଟି ରହିଥିବାରୁ ମଙ୍ଗଳବାର ପୋଲ ଉପରେ ଏକ ଦୁର୍ଘଟଣା ଘଟିଥିଲା । ଅନ୍ୟପଟେ ଏହି ରାସ୍ତା ଦେଇ ବାଲିବୋଝେଇ ବଡ ବଡ ଭାରିଯାନ ଚଳାଚଳ ଯୋଗୁଁ ପୋଲ ଉପରେ ବାଲି ଆସ୍ତରଣ ବାଇକ ଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଛି । ତୁରନ୍ତ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ କରାଯିବାକୁ ସାଧାରଣରେ ଦାବୀ ଉଠୁଛି ।

Comments are closed.