ଧର୍ମ ଓ ସଂସ୍କୃତିକୁ ଘୋର ବିପତ୍ତି ମାଡି ଆସୁଛି : ସାଧୁସନ୍ଥଙ୍କ ଉଦବେଗ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଲଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଧର୍ମ ଓ ସଂସ୍କୃତିକୁ ଘୋର ବିପତ୍ତି ମାଡି ଆସୁଥିବା ନେଇ ଏକ ଜରୁରୀକାଳୀନ ବୈଠକ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ସମାଜ ଜିଲା ଆବାହକ ବସନ୍ତ ଉଲ୍ଲାକା ଯୋଗଦେଇଥିବା ବେଳେ ବକ୍ତା ଭାବରେ ଦେବଗିରି କ୍ରାନ୍ତିକାରୀ ଆଶ୍ରମର  ବାବା  ପୂଜ୍ୟ ସ୍ୱାମୀ କ୍ରାନ୍ତି ସ୍ୱରୂପାନନ୍ଦ ଗିରି ଉପସ୍ଥିତ ରହିଥିଲେ। ସମ୍ମାନୀୟ ଅତିଥି ଭାବେ ଆଦିବାସୀ କୂଳ ବ୍ଲକ ସଭାପତି ରଘୁନାଥ ନିସିକା, ଗେଦାଲି ଶ୍ରୀନିବାସ ରାଓ, ଲୋଚମ ପତି କାଡ୍ର।କା, କରପା ସରପଞ୍ଚ ସିନ୍ଧୁ କୁଲେସିକା, ଧନସିଂ ତିମାକା, ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ଏଥିରେ କୌଣସି ଅଜଣା ବ୍ୟକ୍ତି ଯଦି ଗ୍ରାମକୁ ଆସନ୍ତି ସେମାନଙ୍କୁ ପ୍ରଶ୍ରୟ ନଦେଇ ପ୍ରଥମେ ଗ୍ରାମଦେବୀଙ୍କ ଠାରେ ପ୍ରଣାମ କଲେ ଗ୍ରାମରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ତାହାହେଲେ ସେହି ବ୍ୟକ୍ତି ଆମ ଧର୍ମର ବୋଲି ଧରାଯିବ ସଭାରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଗାଁରେ ସମସ୍ତେ ମିଳିତ ସଂଗଠନ କରି ଅନ୍ୟ ଧର୍ମକୁ ଯିବା ପୂର୍ବରୁ କାହିଁକି ଧର୍ମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସେ ନେଇ ଆଲୋଚନା କରିବାକୁ କହିଛନ୍ତି । ଏଥିରେ ଜାନି, ଦିଶାରୀ, ସାମନ୍ତ, ପୂଜାରୀ, ଧର୍ମ ପ୍ରେମୀ ଓ ଦେଶପ୍ରେମୀ ପ୍ରାୟ ଦୁଇ ଶହ ଲୋକ ଉପସ୍ଥିତ  ଥିଲେ ।

Comments are closed.