ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟରେ ସଦ୍‍ଭାବନା ଦିବସ ପାଳିତ

କଳାପଥର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବଗାନ୍ଧୀଙ୍କ ୭୬ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ସଦ୍‍ଭାବନା ଦିବସ ପାଳିତ ହୋଇଥିଲା। ବାଙ୍କୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଗୁଣ ଗାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ଯୁବକଂଗ୍ରେସ ସଭାପତି ଆଇନଜୀବୀ ବିଶ୍ୱରଞ୍ଜନ ପଣ୍ଡା,ପାର୍ଥସାରଥୀ ପାଣି, ଆଶିଷ କୁମାର ମହାପାତ୍ର, ଆଲୋକ କୁମାର ସାହୁ, ନୀଳମଣି ମହାପାତ୍ରଙ୍କ ସମେତ ବହୁ ଯୁବକଂଗ୍ରେସ ଓ କଂଗ୍ରେସ କର୍ମୀ ଯୋଗଦେଇ ସ୍ୱାର୍ଗତଃ ରାଜୀବଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.