ଜନ୍ମଦିନ ପାଳିବେ ନାହିଁ ତେନ୍ଦୁଲକର

ମୁମ୍ବଇ : ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୪୭ ବର୍ଷ ବୟସରେ ପାଦ ଦେବେ । ଅଧିକାଂଶ ସମୟରେ ନିଜ ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମ୍‌ରେ ତେନ୍ଦୁଲକର ପାଳନ କରୁଥିବା ବେଳେ ଚଳିତଥର ସେ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି।ବର୍ତ୍ତମାନ ସମୟରେ କରୋନା ଭୂତାଣୁ ସଂକ୍ରମଣଜନିତ କାରଣରୁ ଭୟାବହ ପରିସ୍ଥିିତି ସୃଷ୍ଟି ହୋଇଥିବା ବେଳେ ଅନେକ ଲୋକ ବହୁ କଷ୍ଟରେ ଦିନ କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ନ କରିବାକୁ ତେନ୍ଦୁଲକର ନିଷ୍ପତ୍ତି ନେଇଥିବା ତାଙ୍କର ଏକ ନିକଟତମ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉକି ତେନ୍ଦୁଲକରଙ୍କ ଜନ୍ମଦିନ ସମୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଯାଇଥାଏ। ତେଣୁ ତେନ୍ଦୁଲକର ନିଜ ଜନ୍ମଦିନ ମୁମ୍ବଇ ଇଣ୍ଡିଆନ୍‌ସ ଦଳ ସଦସ୍ୟଙ୍କ ସହ ପାଳନ କରିଥାନ୍ତି।

Comments are closed.