ମାଷ୍ଟର-ବ୍ଲାଷ୍ଟରଙ୍କ ରେକର୍ଡ ଭାଙ୍ଗିପାରିବେ କି ରନ୍ ମେସିନ୍ କୋହଲି?

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲି ଶନିବାର କହିଛନ୍ତି ଯେ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିବାର କ୍ଷମତା ରଖନ୍ତି। ଯଦି ବିରାଟ ବର୍ତ୍ତମାନ ଭଳି ଆଉ ୭-୮ ବର୍ଷ ପର୍ଯ୍ୟନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖନ୍ତି ତେବେ ସଚିନଙ୍କର ୧୦୦ ଟି ଆନ୍ତର୍ଜାତୀୟ ଶତକର ରେକର୍ଡକୁ ମଧ୍ୟ ଭାଙ୍ଗି ପାରିବେ ବୋଲି ବ୍ରେଟ୍ ଲି କହିଛନ୍ତି।
ତେନ୍ଦୁଲକରଙ୍କ ନାମରେ ଦିନିକିଆରେ ସବୁଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ ରହିଛି। ସଚିନ ଦିନିକିଆରେ ୪୯ଶତକ ହାସଲ କରିଛନ୍ତି। ସେହିପରି କୋହଲି ୨୪୮ଟି ମ୍ୟାଚରେ ୪୩ ଶତକ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଟେଷ୍ଟ ମ୍ୟାଚରେ ମଧ୍ୟ ତେନ୍ଦୁଲକର ୫୧ଟି ଶତକ ହାସଲ କରି ରେକର୍ଡ଼ ସୃଷ୍ଟି କରିଛନ୍ତି। କୋହଲି ଏପର୍ୟ୍ୟନ୍ତ ୮୬ଟି ମ୍ୟାଚରେ ୨୭ ଟି ଶତକ ହାସଲ କରିଛନ୍ତି। ଲି କହିଛନ୍ତି ଯେ, ଏଭଳି ଖେଳିବା ତିନୋଟି ଜିନିଷ ଉପରେ ନିର୍ଭର କରେ – ପ୍ରତିଭା, ଫିଟନେସ୍ ଏବଂ ମାନସିକ ଶକ୍ତି। ଯାହା କୋହଲିଙ୍କ ପାଖରେ ରହିଛି।

Comments are closed.